କନକ ବ୍ୟୁରୋ : ରାଜ୍ୟରେ କ୍ୟାପିଟାଲ ରିଜନ୍ ରିଙ୍ଗ ରୋଡ୍ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରି । କଟକରୁ ଭୁବନେଶ୍ବର ବାଇପାସ ରୋଡ୍ ପାଇଁ କ୍ୟାବିନେଟର ମୋହର ବାଜିଛି । ମୋଟ ୧୧୦ କିଲୋମିଟର ବାଇପାସ୍ ପାଇଁ ଖର୍ଚ୍ଚ ହେବ ୮ ହଜାର ୩୦୭ କୋଟି ଟଙ୍କା । କଟକ- ଭୁବନେଶ୍ବରରେ ଭିଡ଼ କମାଇବା ପାଇଁ ନିର୍ମିତ ହେବ ଏହି ବାଇପାସ । ଏହି ବାଇପାସ ତିନୋଟି ପ୍ରମୁଖ ଜାତୀୟ ରାଜପଥ ଯଥା ଏନଏଚ-୫୫, ଏନଏଚ-୫୭ ,ଏନଏଚ୍-୬୫୫ ଏବଂ ଗୋଟିଏ ରାଜ୍ୟ ରାଜପଥ ଏସଏଚ୍-୬୫ ଦେଇ ଆସିବ। ମୋଟ ୬ ଲେନ୍ ବିଶିଷ୍ଟ ହେବ ଏହି ରିଙ୍ଗ୍ ରୋଡ୍ । କୋଲକାତାରୁ ଜାତୀୟ ରାଜପଥ-୧୬ ଦେଇ ଆସୁଥିବା ଯାତ୍ରୀ ଟାଙ୍ଗୀ ଟୋଲ ଗେଟରୁ ଡାହାଣକୁ ଯାଇ ସିଧା ଢେଙ୍କାନାଳ, ଆଠଗଡ଼, ବାଙ୍କୀ, ଖୋର୍ଦ୍ଧା-ବେଗୁନିଆ ଦେଇ ସିଧା ରାମେଶ୍ବରରେ ପହଞ୍ଚିବେ । ଏହି ବାଇପାସ ସିଧା କୋଲକାତାରୁ ଚେନ୍ନାଇକୁ ସଂଯୋଗ କରିବ ।
ଭୁବନେଶ୍ୱର ବାଇପାସ୍ ପାଇଁ କ୍ୟାବିନେଟ୍ ମୋହର
କଟକ-ଭୁବନେଶ୍ବରରେ ଭିଡ଼ କମାଇବା ପାଇଁ ନିର୍ମିତ ହେବ ଏହି ବାଇପାସ
୬ ଲେନ୍ ବିଶିଷ୍ଟ ହେବ ଏହି ରିଂ ରୋଡ୍
ରିଂରୋଡ ପାଇଁ ମୋହର ମାରିଲା କେନ୍ଦ୍ର କ୍ୟାବିନେଟ୍
୧୧୦ କିଲୋମିଟର ବାଇପାସ୍ ପାଇଁ ଖର୍ଚ୍ଚ ୮ ହଜାର ୩୦୭ କୋଟି ଟଙ୍କା
କଟକ-ଭୁବନେଶ୍ବର ବାଇପାସକୁ କେନ୍ଦ୍ର କ୍ୟାବିନେଟ୍ର ମୋହର : ଭିଡ଼ କମାଇବାକୁ ହେବ ୬ ଲେନ୍ ବିଶିଷ୍ଟ ରିଙ୍ଗ ରୋଡ୍
କଟକରୁ ଭୁବନେଶ୍ବର ବାଇପାସ ରୋଡ୍ ପାଇଁ କ୍ୟାବିନେଟର ମୋହର ବାଜିଛି । ମୋଟ ୧୧୦ କିଲୋମିଟର ବାଇପାସ୍ ପାଇଁ ଖର୍ଚ୍ଚ ହେବ ୮ ହଜାର ୩୦୭ କୋଟି ଟଙ୍କା ।
/kanak/media/media_files/2025/08/19/6-lane-2025-08-19-18-57-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)