ଏଆଇ ଆପ୍ ଉପରେ କଟକଣା ; ଅଫିସରେ ଏହା ବ୍ୟବହାର ନକରିବାକୁ କଡା ତାଗିଦ୍

ତଥ୍ୟ ଚୋରି ଲିକ ଆଶଙ୍କା ବଢ଼ିବା ପରେ ଏଆଇ ଆପ ଉପରେ କେନ୍ଦ୍ରର କଟକଣା । ଏଣିକି ସରକାରୀ କାର୍ୟ୍ୟାଳୟରେ ଚାର୍ଟ ଜିପିଟି, ଡିପସିକ ବ୍ୟବହାରରେ ଲାଗିବ ରୋକ । ଅଫିସର କମ୍ପ୍ୟୁଟର,ଲାପଟପରେ ଏଆଇ ଆପ ବ୍ୟବହାର ନକରିବାକୁ କେନ୍ଦ୍ରର କଡ଼ା ତାଗିଦ ।

ଏଆଇ ଆପ୍ ଉପରେ କଟକଣା

ଏଆଇ ଆପ୍ ଉପରେ କଟକଣା Photograph: (kanakNews)

କନକ ବ୍ୟୁରୋ: ଚାର୍ଟଜିପିଟି ଓ ଡିପସିକ ,ଗୁଗୁଲ ଜେମିନି ବ୍ୟବହାରକୁ ବିରୋଧ କରି କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ । ସରକାରୀ କର୍ମଚାରୀ ଏହାକୁ ବ୍ୟବହାର ନକରିବାକୁ ନିର୍ଦ୍ଦେଶ । କାମ କରିବା ସମୟରେ ଅଫିସର ଲାପଟପ ଓ କମ୍ପ୍ୟୁଟରେ ଚାର୍ଟଜିପିଟି ଓ ଡିପସିକ ବ୍ୟବହାର ନକରିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । କାର୍ୟ୍ୟାଳୟ ଓ ମନ୍ତ୍ରାଳୟର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ ହେବା ଆଶଙ୍କା ବଢ଼ିବା ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଅର୍ଥମନ୍ତ୍ରାଳୟ ପକ୍ଷରୁ ଏନେଇ  ବିଜ୍ଞପ୍ତି ଜାରି କରାଯାଇଛି । ତେବେ ମୋବାଇଲରେ ବ୍ୟକ୍ତିଗତ ଆକାଉଁଟରେ ବ୍ୟବହାର ଉପରେ କୌଣସି କଟକଣା ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe