ଏପ୍ରିଲରୁ ଓଡ଼ିଶାରେ ଜନଗଣନା; ପ୍ରଥମ ପର୍ଯ୍ୟାୟ ଶେଷ ହେଲେ, ୨୦୨୭ରେ ଦ୍ୱିତୀୟ ପର୍ଯ୍ୟାୟ

Advertisment

ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ । ଏହାସହ ୨୦୨୭ ମସିହା ଫେବ୍ରୁଆରି ମାସରେ ହେବ ଜନଗଣନାର ଦ୍ଵିତୀୟ ପର୍ଯ୍ୟାୟ । ତେବେ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପାତ୍ର ଗଣନା ହେବ। ଆଉ ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା। ଏଥିପାଇଁ ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ।

ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ । ଏହାସହ ୨୦୨୭ ମସିହା ଫେବ୍ରୁଆରି ମାସରେ ହେବ ଜନଗଣନାର ଦ୍ଵିତୀୟ ପର୍ଯ୍ୟାୟ । ତେବେ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପାତ୍ର ଗଣନା ହେବ। ଆଉ ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା। ଏଥିପାଇଁ ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ।

odisha census

odisha census Photograph: (kanak news)

କନକ ବ୍ୟୁରୋ: ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ । ଏହାସହ ୨୦୨୭ ମସିହା ଫେବ୍ରୁଆରି ମାସରେ ହେବ ଜନଗଣନାର ଦ୍ଵିତୀୟ ପର୍ଯ୍ୟାୟ । ତେବେ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପାତ୍ର ଗଣନା ହେବ। ଆଉ ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା। ଏଥିପାଇଁ ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ। ଏହା ପୂର୍ବରୁ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଉନ୍ନୟନ କମିସନର। ଲୋକସେବା ଭବନରେ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକରେ ଜନଗଣନା ନିର୍ଦ୍ଦେଶକଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। 

ଆହୁରି ପଢ଼ନ୍ତୁ : କୁକୁର କାହାକୁ କେତେବେଳେ କାମୁଡ଼ିବ ଅନୁମାନ କରିବା କଷ୍ଟ: ସୁପ୍ରିମକୋର୍ଟ    

ତେବେ ରାଜ୍ୟରେ ଜନଗଣନା ପାଇଁ ୬ ମାସ ଧରି ପ୍ରସ୍ତୁତି ଚାଲିଥିଲା। ଭୁବନେଶ୍ୱର କଟକରେ ପ୍ରି-ଟେଷ୍ଟ ସରିଛି। ନୂଆ ଘୋଷଣା ହୋଇଥିବା ଏନଏସି ଏବଂ ପୌରପାଳିକା ବାଉଣ୍ଡ୍ରି ଫାଇନାଲ୍ ହୋଇଛି। ଆସନ୍ତା ୩ ମାସ ଧରି ଜନଗଣନା ଅଧିକାରୀଙ୍କୁ ଟ୍ରେନିଂ ଦିଆଯିବ । ତେବେ ମିଳିଥିବା ସୂଚନା ଅନୁସାରେ, 200 ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବେ। ୬ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପରଭାଇଜର ନିଯୁକ୍ତ ହେବେ। ପ୍ରାୟ ଲକ୍ଷେ ଜନଗଣନା ଅଧିକାରୀ ନିଯୁକ୍ତ କରାଯିବ। ଜଣେ ଜନଗଣନା ଅଧିକାରୀଙ୍କୁ ୨୫ ହଜାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଏପ୍ରିଲରୁ ମେ ଭିତରେ ପ୍ରଥମ ଫେଜରେ ଘର ମାର୍କ ହେବ।  ୨୦୨୭ ମସିହା ଫେବ୍ରୁଆରିରୁ ଦ୍ଵିତୀୟ ପର୍ଯ୍ୟାୟରେ ଜନଗଣନା ହେବ।

ଜଣେ ଲୋକ ନିଜେ ଚାହିଁଲେ ନିଜର ତଥ୍ୟ ଦେଇପାରିବେ, ୱେବସାଇଟ ଜରିଆରେ ପଞ୍ଜିକୃତ ମଧ୍ୟ କରିପାରିବେ। ମୋବାଇଲ ନମ୍ବରରେ ଓଟିପି ବେସଡ୍ ହେବ। ଗୋଟିଏ ନମ୍ବର ଦୁଇ ଥର ବ୍ୟବହାର କରି ପାରିବେନି କି ଆପରୁ ସ୍କ୍ରିନ ସଟ ମଧ୍ୟ ନେଇପାରିବେ ନାହିଁ ୟୁଜର୍ସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe