ଆଗାମୀ ବର୍ଷରୁ ଜନଗଣନା : କେନ୍ଦ୍ର ସରକାରଙ୍କ ବିଦ୍ଧିବଦ୍ଧ ବିଜ୍ଞପ୍ତି

Advertisment

ଦେଶରେ ଜନଗଣନା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା  । କେନ୍ଦ୍ର ସରକାର ଆଜି ଜାରି କରିଛନ୍ତି ବିଧିବଦ୍ଧ ବିଜ୍ଞପ୍ତି  । ଜନଗଣନା ଅଧିନିୟମ ୧୯୪୮ ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି  । 

ଦେଶରେ ଜନଗଣନା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା  । କେନ୍ଦ୍ର ସରକାର ଆଜି ଜାରି କରିଛନ୍ତି ବିଧିବଦ୍ଧ ବିଜ୍ଞପ୍ତି  । ଜନଗଣନା ଅଧିନିୟମ ୧୯୪୮ ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି  । 

janagana12

Photograph: (kanaknews)

କନକବ୍ୟୁରୋ : ଦେଶରେ ଜନଗଣନା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା  । କେନ୍ଦ୍ର ସରକାର ଆଜି ଜାରି କରିଛନ୍ତି ବିଧିବଦ୍ଧ ବିଜ୍ଞପ୍ତି  । ଜନଗଣନା ଅଧିନିୟମ ୧୯୪୮ ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି  ।  ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା କାର୍ଯ୍ୟ  । ୨୦୨୬ ଅକ୍ଟୋବର ପହିଲାରେ ପ୍ରଥମ ପର୍ଯ୍ୟାୟ ଏବଂ ଓ ୨୦୨୭ ମାର୍ଚ୍ଚ ୧ରେ ଦ୍ବିତୀୟ ପର୍ଯ୍ୟାୟ  ଗଣନା କରାଯିବ ।

ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ କାଶ୍ମୀର ଓ ଲଦାଖରେ ଅକ୍ଟୋବର ପହିଲା ୨୦୨୬ରେ କରାଯିବ । ବାକି ସବୁ ରାଜ୍ୟରେ ୨୦୨୭ ମାର୍ଚ୍ଚ ୧ରେ ହେବ ଜନଗଣନା। ଭାରତରେ ପ୍ରଥମଥର ପାଇଁ ଜନଗଣନା ଓ ଜାତିଗତ ଜନଗଣନା ଏକାସଙ୍ଗେ କରାଯାଉଛି। ଯେଉଁ କର୍ମଚାରୀମାନେ ଜନଗଣନା କରିବେ, ସେମାନଙ୍କୁ ପ୍ରଥମେ ତାଲିମ ଦିଆଯିବ  । ତାପରେ ଫର୍ମାଟ୍ ପ୍ରସ୍ତୁତ ହେବା ପରେ ଫିଲଡକୁ ଯିବେ। ଦେଶକୁ ଦୀର୍ଘ ବର୍ଷ ଧରି ଜନଗଣନା ପାଇଁ ଅପେକ୍ଷା ଥିଲା। ୨୦୧୧ରେ ଶେଷଥର ପାଇଁ ଜନଗଣନା ହୋଇଥିଲା। 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe