କନକବ୍ୟୁରୋ : ଦେଶରେ ଜନଗଣନା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । କେନ୍ଦ୍ର ସରକାର ଆଜି ଜାରି କରିଛନ୍ତି ବିଧିବଦ୍ଧ ବିଜ୍ଞପ୍ତି । ଜନଗଣନା ଅଧିନିୟମ ୧୯୪୮ ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା କାର୍ଯ୍ୟ । ୨୦୨୬ ଅକ୍ଟୋବର ପହିଲାରେ ପ୍ରଥମ ପର୍ଯ୍ୟାୟ ଏବଂ ଓ ୨୦୨୭ ମାର୍ଚ୍ଚ ୧ରେ ଦ୍ବିତୀୟ ପର୍ଯ୍ୟାୟ ଗଣନା କରାଯିବ ।
ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ କାଶ୍ମୀର ଓ ଲଦାଖରେ ଅକ୍ଟୋବର ପହିଲା ୨୦୨୬ରେ କରାଯିବ । ବାକି ସବୁ ରାଜ୍ୟରେ ୨୦୨୭ ମାର୍ଚ୍ଚ ୧ରେ ହେବ ଜନଗଣନା। ଭାରତରେ ପ୍ରଥମଥର ପାଇଁ ଜନଗଣନା ଓ ଜାତିଗତ ଜନଗଣନା ଏକାସଙ୍ଗେ କରାଯାଉଛି। ଯେଉଁ କର୍ମଚାରୀମାନେ ଜନଗଣନା କରିବେ, ସେମାନଙ୍କୁ ପ୍ରଥମେ ତାଲିମ ଦିଆଯିବ । ତାପରେ ଫର୍ମାଟ୍ ପ୍ରସ୍ତୁତ ହେବା ପରେ ଫିଲଡକୁ ଯିବେ। ଦେଶକୁ ଦୀର୍ଘ ବର୍ଷ ଧରି ଜନଗଣନା ପାଇଁ ଅପେକ୍ଷା ଥିଲା। ୨୦୧୧ରେ ଶେଷଥର ପାଇଁ ଜନଗଣନା ହୋଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/16/qSRhtcWJM38kNT4tGT7b.jpg)