କନକ ବ୍ୟୁରୋ: ଦେଶରେ ଜନଗଣନାକୁ ନେଇ ଆସିଛି ବଡ଼ ଖବର । ୨୦୨୫ରେ ଦେଶରେ ଆରମ୍ଭ ଜନଗଣା ଆରମ୍ଭ ହୋଇ ୨୦୨୬ ଯାଏଁ ଚାଲିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଖବର ମିଳିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । 

Advertisment

୨୦୨୫ରେ ଜନଗଣନା ଆରମ୍ଭ ହେଲେ ଜନଗଣନା ଚକ୍ର ମଧ୍ୟ ବଦଳିଯିବ । ଏଣିକି ପ୍ରତି ୧୦ ବର୍ଷରେ ଥରେ ଅର୍ଥାତ-୨୦୩୫, ୨୦୪୫ରେ ପରବର୍ତ୍ତୀ ଜନଗଣନା ହେବ । ପୂର୍ବରୁ ପ୍ରତି ୧୦ ବର୍ଷରେ ଥରେ ହେଉଥିବା ଜନଗଣନା ୧୯୯୧, ୨୦୦୧, ୨୦୧୧ରେ ହୋଇଥିଲା । ଶେଷ ଥର ପାଇଁ ୨୦୧୧ରେ ଜଣଗଣନା ହୋଇଥିଲା। ଚାଲିଆସୁଥିବା ଧାରା ଅନୁସାରେ ୨୦୨୧ରେ ଜନଗଣନା ହେବାର ଥିଲା ,କିନ୍ତୁ କରୋନା ଯୋଗୁଁ ହୋଇପାରିନଥିଲା ।  

ବିରୋଧୀ ଦଳ ଦେଶରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରି ଆସୁଛନ୍ତି । ତେବେ ଜାତି ଭିତ୍ତିକ ଜନଗଣନା ନେଇ ସରକାର ଏବେ କୌଣସି ନିଷ୍ପତ୍ତି ନେଇଥିବା ସୂଚନା ମିଳିନାହିଁ । କିନ୍ତୁ ଜନଗଣନାରେ ଧର୍ମ ଓ ବର୍ଗ ପଚରା ଯାଇଥାଏ । ଏଥିସହ ସାଧାରଣ ବର୍ଗ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ଗଣନା ହୋଇଥାଏ । ଏଥିର କିନ୍ତୁ ଲୋକଙ୍କୁ କେଉଁ ସମ୍ପ୍ରଦାୟର ଅନୁଗାମୀ ବୋଲି ପଚରାଯାଇପାରେ । ଉଦାହରଣ ଭାବେ କର୍ଣ୍ଣାଟକର ଲିଙ୍ଗାୟତ ସାଧାରଣ ବର୍ଗରେ ଆସୁଥିଲେ ମଧ୍ୟ ନିଜକୁ ସ୍ୱତନ୍ତ୍ର ସମ୍ପ୍ରଦାୟ ବୋଲି ଦାବି କରିଥାନ୍ତି । ସେହିପରି ଅନୁସୂଚିତ ଜାତିରେ ବାଲ୍ମିକୀ, ରବିଦାସ ଭଳି ଭିନ୍ନ ଭିନ୍ନ ସମ୍ପ୍ରଦାୟ ରହିଛି । ତେଣୁ ଆସନ୍ତାବର୍ଷ ହେବାକୁ ଥିବା ଜନଗଣନାରେ ଧର୍ମ, ବର୍ଗ ସମେତ ସମ୍ପ୍ରଦାୟ ଉପରେ ଲୋକଙ୍କୁ ପ୍ରଶ୍ନ ପଚରାଯାଇପାରେ ।