ବିଜେପିକୁ ବ୍ୟାକଫୁଟରେ ରଖିଥାଆନ୍ତା କି ଏନପିଆର୍? କାହିଁକି ଏଥର ଜନଗଣନାରେ ସାମିଲ ହେଲାନି...

Advertisment

ଦେଶରେ ଜନଗଣନା ହେବା ନେଇ ନୋଟିଫିକେସନ୍ ଜାରି ହୋଇସାରିଛି । ଏହାମଧ୍ୟ କୁହାଯାଇଛି ଯେ, ଏଥର ଦେଶରେ ଜନଗଣନା ହେବା ସହିତ ଜାତିଗତ ଜନଗଣନା ହେବ । ଜାତି ଜନଗଣନା ହେବା ନେଇ କ୍ୟାବିନେଟ ମଞ୍ଜୁରି ମିଳିସାରିଛି । ହେଲେ ପ୍ରଶ୍ନ ଉଠୁଛି ଯେ, ଜନଗଣନା ସହିତ ଏଥିରେ ଏନପିଆରକୁ ମଧ୍ୟ ସାମିଲ କରାଯିବ କି?

ଦେଶରେ ଜନଗଣନା ହେବା ନେଇ ନୋଟିଫିକେସନ୍ ଜାରି ହୋଇସାରିଛି । ଏହାମଧ୍ୟ କୁହାଯାଇଛି ଯେ, ଏଥର ଦେଶରେ ଜନଗଣନା ହେବା ସହିତ ଜାତିଗତ ଜନଗଣନା ହେବ । ଜାତି ଜନଗଣନା ହେବା ନେଇ କ୍ୟାବିନେଟ ମଞ୍ଜୁରି ମିଳିସାରିଛି । ହେଲେ ପ୍ରଶ୍ନ ଉଠୁଛି ଯେ, ଜନଗଣନା ସହିତ ଏଥିରେ ଏନପିଆରକୁ ମଧ୍ୟ ସାମିଲ କରାଯିବ କି?

BJP NPR

BJP NPR Photograph: (KANAK NEWS)

କନକ ବ୍ୟୁରୋ: ଜନଗଣନାକୁ ନେଇ ମୋଦୀ ସରକାର ଏବେ ପାଦେ ପାଦେ ପାହୁଣ୍ଡେ ପାହୁଣ୍ଡେ ଆଗକୁ ବଢୁଛି । ଜନଗଣନା ସହିତ ଜାତି ଜନଗଣନା ହେବାକୁ ଥିବାରୁ ଏହାକୁ ନେଇ କିଛି ବିବାଦ ଯେମିତି ନ ଉପୁଜିବ, ସେନେଇ ଭାବିଚିନ୍ତି ନିଷ୍ପତ୍ତି ନେଉଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ଏମିତି କି ସରକାର ମଧ୍ୟ ଏନେଇ ଆଲର୍ଟ ମୋଡରେ ରହିଛି । ଆଉ ଏତିକିବେଳେ ଚର୍ଚ୍ଚାକୁ ଆସିଛି ଯେ, ଜନଗଣନା ସହିତ କାହିଁକି ଅପଡେଟ୍ ହେଉନି ଏନପିଆର୍?

ଯେତେବେଳେ ସାରା ଦେଶରେ ସିଏଏକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିଥିଲା, ସେତେବେଳେ ଚର୍ଚ୍ଚା ହେଲା ଯେ ଏନଆରସି ଏବଂ ଏନପିଆରକୁ ଜରିଆରେ କେନ୍ଦ୍ରରେ ଥିବା ବିଜେପି ସରକାର ମୁସଲମାନମାନଙ୍କୁ ଦେଶରେ ତଡ଼ିବାକୁ ଚାହୁଛି । ଯେଉଁ କାରଣରୁ କିଛି ଲୋକ ଏହା ବିରୋଧରେ ପ୍ରଦର୍ଶନ କରିବା ସହିତ ରାସ୍ତାକୁ ଓହ୍ଲାଇଥିଲେ । ତେବେ ଏତେ ସବୁ ଭିତରେ ବି ସିଏଏ ଲାଗୁ ହୋଇଯାଇଛି, ହେଲେ ଏନଆରସି ଏବଂ ଏନପିଆରର ଭବିଷ୍ୟତ କିନ୍ତୁ ଏବେ ବି ଝୁଲିରହିଛି । ତେଣୁ ଚର୍ଚ୍ଚା ହେଉଛି, ଏବେ ଯେତେବେଳେ ସାରା ଦେଶରେ ଜାତି ଜନଗଣନା ହେବାକୁ ଯାଉଛି, ସେତେବେଳେ ଏନପିଆର ଅପଡେଟ୍ କାହିଁକି ହେଉନି?

ଜନଗଣନା ହେବ, ହେଲେ ଏନପିଆର?

ଦେଶରେ ଜନଗଣନା ହେବା ନେଇ ନୋଟିଫିକେସନ୍ ଜାରି ହୋଇସାରିଛି । ଏହାମଧ୍ୟ କୁହାଯାଇଛି ଯେ, ଏଥର ଦେଶରେ ଜନଗଣନା ହେବା ସହିତ ଜାତିଗତ ଜନଗଣନା ହେବ । ଜାତି ଜନଗଣନା ହେବା ନେଇ କ୍ୟାବିନେଟ୍ ମଞ୍ଜୁରି ମିଳିସାରିଛି । ହେଲେ ପ୍ରଶ୍ନ ଉଠୁଛି ଯେ, ଜନଗଣନା ସହିତ ଏଥିରେ ଏନପିଆରକୁ ମଧ୍ୟ ସାମିଲ କରାଯିବ କି? ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ, ଏନପିଆର ହେବା ନେଇ ଏଯାଏ ସେମିତି କିଛି ବି ସମ୍ଭାବନା ନାହିଁ, ଏନେଇ କିଛି ଖବର ବି ନାହିଁ । ତେବେ କୁହାଯାଉଛି ୨୦୨୭ରେ ଜନଗଣନାର ପୂରା ତଥ୍ୟ ସାମ୍ନାକୁ ଆସିବ । ଆଉ ଏହାପରେ ଯାଇ ଏନପିଆର୍ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ ।

ଜନଗଣନାର କଥା କହିବାକୁ ଗଲେ, ଏଥର ଜନଗଣନା ହେବା ପରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏହି ଆଧାରରେ ଡିଲିମିଟେସନ୍ ହେବା ସହିତ ବିଧାନସଭା ଏବଂ ଲୋକସଭା କ୍ଷେତ୍ରର ପରିବର୍ତ୍ତନ ହେବ । ଏହାସହ ମହିଳା ସଂରକ୍ଷଣ ହେବା ନେଇ ମଧ୍ୟ ବାଟ ଫିଟିବ । ଆସନ୍ତା ୨୦୨୯ ମସିହାରୁ ମୋଦୀ ସରକାର ଦେଶରେ ମହିଳାଙ୍କ ସଂରକ୍ଷଣ କରିବା ନେଇ ଯୋଜନା କରୁଛି, ଆଉ ଜନଗଣନା ଶେଷ ହେଲେ ହିଁ ଏହା ସମ୍ଭବ ହୋଇପାରିବ ।

ସୂଚନାଯୋଗ୍ୟ ଯେ, ୨୦୨୦ରେ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ସେହି ଅନୁସାରେ ୨୦୨୧ ମସିହାରେ ଜନଗଣନା ହେବା ସହିତ ଏନପିଆରକୁ ମଧ୍ୟ ଅପଡେଟ୍ କରାଯାଇଥାନ୍ତା । ହେଲେ କୋଭିଡ୍ କାରଣରୁ କିନ୍ତୁ ତାହା ସମ୍ଭବ ହୋଇପାରିଲା ନାହିଁ । ନା ଜନଗଣନା ହୋଇପାରିଲା, ନା ଏନପିଆର ମଧ୍ୟ ସମ୍ଭବ ହେଲା । ଜାଣିରଖିବା ଉଚିତ ଯେ, ଏନପିଆରକୁ ସିଧା ଏନଆରସି ସହିତ ଯୋଡ଼ାଯାଉଛି । ନାଗରିକତା ଆଇନ ଅନୁସାରେ ଏନପିଆର ଡାଟାବେସରୁ ହିଁ ଏନଆରସି ପ୍ରସ୍ତୁତ ହେବ । ତେଣୁ ଆଗକୁ ଯେହେତୁ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି, ତେଣୁ ଏହା ପୂର୍ବରୁ ଏତେ ବଡ଼ ନିଷ୍ପତ୍ତି ନେଲେ ବିଜେପି ବ୍ୟାକଫୁଟକୁ ଚାଲିଯିବ । ତେଣୁ ଜନଗଣନାରେ ଏନପିଆରକୁ ସାମିଲ କରିବାକୁ ଚାହିନି ବିଜେପି ।

ଆଗାମୀ ଦିନରେ ବିହାର ସହିତ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହାସହିତ ଆସାମ, ପଶ୍ଚିମବଙ୍ଗ, କେରଳରେ ମଧ୍ୟ ନିର୍ବାଚନ ହେବାକୁ ଅଛି । ତେଣୁ ଏହାକୁ ଆଖି ଆଗରେ ରଖି ବିଜେପି ନେତୃତ୍ୱ ବର୍ତ୍ତମାନ ବଡ଼ ଗେମ୍ ଖେଳିବା ସହିତ ଏନପିଆରକୁ ଜନଗଣନାଠୁ ଦୂରେଇ ରଖିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe