କନକ ବ୍ୟୁରୋ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନ୍ ମୃତ୍ୟୁକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଦିଶା ସାଲିଆନ୍ଙ୍କ ମୃତ୍ୟୁର ୫ ବର୍ଷ ପରେ ପୁଣି ଖୋଲିବ ଫାଇଲ୍ । ଦିଶାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ମାମଲାର ପୁନଃ ତଦନ୍ତ ଦାବିରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବାପା ସତୀଶ ସାଲିଆନ । ଏନେଇ ବମ୍ବେ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି ସତୀଶ । ଦିଶାଙ୍କ ହତ୍ୟା ନେଇ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ବିରୋଧରେ ଏଫଆଇଆର ଦାୟର କରିବା ଏବଂ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଉ ବୋଲି କୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି ଦିଶାଙ୍କ ବାପା । ସରକାରରେ ଥିବା ବିଜେପି ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରୁଥିବାବେଳେ ବିଜେପି ତାଙ୍କ ଛବି ଖରାପ କରୁଥିବା ଅଭିଯୋଗ କରିଛନ୍ତି ଆଦିତ୍ୟ ଠାକରେ ।
ଖୋଲିବ ଦିଶା ସାଲିଆନ୍ ମୃତ୍ୟୁ ରହସ୍ୟ
- ଖୋଲିବ ଦିଶା ସାଲିଆନ ହତ୍ୟାକାଣ୍ଡ ଫାଇଲ୍
- ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦିଶାଙ୍କ ବାପା
- ୫ ବର୍ଷ ପରେ ପୁନଃ ତଦନ୍ତ ଦାବିରେ ଆବେଦନ
- ବୁଧବାର ବମ୍ବେ ହାଇକୋର୍ଟରେ ସତୀଶ ସାଲିଆନଙ୍କ ଆବେଦନ
- ଆଦିତ୍ୟ ଠାକରେଙ୍କ ବିରୋଧରେ FIR
- ଦିଶା ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଆବେଦନରେ ଦାବି
- ଦିଶାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବିଜେପିର ଅଭିଯୋଗ
- ଆଦିତ୍ୟ କହିଲେ, ତାଙ୍କୁ ବଦନାମ କରିବା ପାଇଁ ବିଜେପିର ଷଡ଼ଯନ୍ତ୍ର
ଦିଶା ସାଲିଆନ୍ ମୃତ୍ୟୁର ପୂରା ଘଟଣାକ୍ରମ
- ୮ ଜୁନ୍, ୨୦୨୦ରେ ଦିଶାଙ୍କ ସନ୍ଦେହଜନକ ମୃତ୍ୟୁ
- ଉପାନ୍ତ ମଲାଡର ୧୪ ମହଲା କୋଠରୁ ଖସି ପଡ଼ି ମୃତ୍ୟୁ
- ପ୍ରଥମେ ଦୁର୍ଘଟଣାଜନିତ ମୃତ୍ୟୁ ନେଇ ପୋଲିସର ତଦନ୍ତ
- ସେତେବେଳେ ଘଟଣାକୁ ନେଇ ସନ୍ଦେହ କରିନଥିଲେ ବାପା ସତୀଶ
- ପୋଲିସ ତଦନ୍ତରେ ସନ୍ତୁଷ୍ଟ ଥିବା କହିଥିଲେ ସତୀଶ ସାଲିଆନ୍
- ଏବେ ଦିଶାଙ୍କ ମୃତ୍ୟୁକୁ ନେଇ ବାପା ସତୀଶଙ୍କ ସାଂଘାତିକ ଅଭିଯୋଗ
- ମୃତ୍ୟୁ ଦିନ ଦିଶାଙ୍କ ଘରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା
- ପାର୍ଟିରେ ଉପସ୍ଥିତ ଥିଲେ ଆଦିତ୍ୟ ଠାକରେ, ତାଙ୍କ ଅଙ୍ଗରକ୍ଷୀ
- ଅଭିନେତା ସୁରଜ ପାଞ୍ଚୋଲି ଓ ଦିନୋ ମୋରିଆ ବି ଉପସ୍ଥିତ
- ସତୀଶଙ୍କ ଦାବି ଦିଶାଙ୍କ ଶରୀରରେ ନଥିଲା ଗୋଟିଏ ବି ଫ୍ୟାକ୍ଚର
- ୧୪ ମହଲାରୁ ପଡ଼ିଥିଲେ ବି ଘଟଣାସ୍ଥଳରେ ନଥିଲା ରକ୍ତ ଦାଗ
- ରାଜନୈତିକ ଚାପରେ ବଦଳାଯାଇଛି ପୋଷ୍ଟମର୍ଟମ ରିପୋର୍ଟ
ଦିଶା ସାଲିଆନ୍ ଓ ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କ?
- ସୁଶାନ୍ତଙ୍କ ମ୍ୟାନେଜର ଥିଲେ ଦିଶା ସାଲିଆନ୍
- ଦିଶାଙ୍କ ମୃତ୍ୟୁର ୬ ଦିନ ପରେ ଆତ୍ମହତ୍ୟା କରନ୍ତି ସୁଶାନ୍ତ
- ଦୁହିଁଙ୍କ ମୃତ୍ୟୁ ପଛରେ ଗୋଟିଏ କନେକ୍ସନ ଥିବା ଅନେକଙ୍କ ଦାବି
- ଦିଶାଙ୍କ ମୃତ୍ୟୁ ୮ ଜୁନ୍, ୨୦୨୦ରେ ହୋଇଥିଲା
- ୧୪ ଜୁନ୍, ୨୦୨୦ରେ ବେକରେ ଦଉଡ଼ି ଦେଇ ସୁଶାନ୍ତଙ୍କ ଆତ୍ମହତ୍ୟା
- ଦିଶାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ
- ଦିଶାଙ୍କ ମୃତ୍ୟୁ ରହସ୍ୟ ଖୋଲିବାକୁ ଚାହୁଁଥିଲେ ସୁଶାନ୍ତ
- ବନ୍ଧୁମାନଙ୍କୁ ଫୋନ୍ କରି ଦିଶା ମୃତ୍ୟୁ ନେଇ କରୁଥିଲେ ଆଲୋଚନା
- ସୁଶାନ୍ତଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ପ୍ରଶଂସକ ଆଜି ବି କରୁଛନ୍ତି ଦାବି