କନକ ବ୍ୟୁରୋ:  ଦେଶର ଜଣାଶୁଣା ମହିଳା ଶିଳ୍ପପତି ନୀତା ଅମ୍ବାନୀ , ନିଜ ସୁନ୍ଦରତାକୁ ଜାହିର କରିବା କେବେ ବି ଭୁଲନ୍ତି ନାହିଁ । ବିଭିନ୍ନ ସ୍ଥାନରେ ତାଙ୍କର ରୂପଚର୍ଯ୍ୟାକୁ ସେ ପୂରା ଗୁରୁତ୍ବ ଦେଇଥାନ୍ତି । ପାର୍ଟି ହେଉକି ବିବାହ, ଅଫିସ ହେଉ କି କିଛି ସାଧାରଣ ସ୍ଥାନ ସବୁଠି ସେ ନିଜ ଷ୍ଟାଇଲ, ମେକଅପ ପ୍ରତି ବେଶ୍ ସଚେତନ । କିନ୍ତୁ ତାଙ୍କର ଏହି ଷ୍ଟାଇଲିସ୍ ଅନ୍ଦାଜ ପଛରେ କିନ୍ତୁ ଜଣେ ଏଭଳି ଆର୍ଟିଷ୍ଟଙ୍କ ହାତ ଅଛି ଯାହାଙ୍କ ଟଚଅପରେ ଚମକନ୍ତି ନୀତା ।

Advertisment

MM

ନୀତାଙ୍କୁ ମେକଅପ୍ ଦେଉଥିବା ବ୍ୟକ୍ତି ହେଉଛନ୍ତି ମିକି କଣ୍ଟ୍ରାକ୍ଟର , ସାରା ବିଶ୍ବରେ ତାଙ୍କ ମେକଅପ୍ ଆର୍ଟକୁ ନେଇ ଲୋକପ୍ରିୟତା ରହିଛି । କେବଳ ନୀତା ନୁହଁନ୍ତି ତାଙ୍କ ଝିଅ ଈଶା ଓ ଦୁଇ ବୋହୂଙ୍କୁ ମଧ୍ୟ ସେ ନିଜ ମେକଅପରେ ଚମକାନ୍ତି । ଅମ୍ବାନୀ ପରିବାର ସହ ବଲିଉଡର ସେଲିବ୍ରିଟିଙ୍କୁ ମଧ୍ୟ ମେକଅପ୍ ପାଇଁ ମିକିଙ୍କୁ ଡକରା ପଡ଼େ ।  ବିଲିଉଡର ଅନେକ  ସୁପରହିଟ୍ ମୁଭିରେ ମଧ୍ୟ ସେ ନିଜ ମେକଅପର ଯାଦୁ ଦେଖାଇଛନ୍ତି । ’ହମ ଆପକେ ହେଁ କୌନ୍, ଦିଲ ତୋ ପାଗଲ ହୈ, କୁଛ କୁଛ ହୋତା ହୈ, କଭି ଖୁସି କଭି ଗମ୍, କଲ ହୋ ନା ହୋ, ମୋହବ୍ବତେଁ, ମାଇ ନେମ୍ ଇଜ୍ ଖାନ୍, କାର୍ତ୍ତିକ କଲିଙ୍ଗ , ଡନ୍, ବୀରେ ଦି ୱେଡିଙ୍ଗ, ଗୁଡ୍ ନ୍ୟୁଜ୍, ଅଗ୍ରେଂଜି ମିଡିୟମ, ପରି ଫିଲ୍ମରେ  ଆକ୍ଯର ଆକ୍ଟ୍ରେସଙ୍କୁ ମେକଅପ୍ ଦେଇଛନ୍ତି ।

44

 ବଲିଉଡର ପପୁଲାର ଲେଡି ମେକଅପ୍ ପାଇଁ ମିକିଙ୍କୁ ଖୋଜନ୍ତି । ଏହାପରେ ବି ମିକି ନୀତା ଅମ୍ବାନୀଙ୍କ ଫ୍ୟାମିଲିକୁ ସବୁଠୁ ଗୁରୁତ୍ବ ଦିଅନ୍ତି । ମିକିଙ୍କ ମେକଅପ୍ ଚାର୍ଜ ଜାଣନ୍ତି? ମୁମ୍ବାଇର କୌଣସି ଇଭେଣ୍ଟ ପାଇଁ ଥରକେ ୭୫ ହଜାରଠାରୁ ତାଙ୍କ ପାଉଣା ଆରମ୍ଭ ହେଉଥିବାବେଳେ ଅନ୍ୟ ସ୍ଥାନରେ ତାଙ୍କ ପାଉଣା ୧ ଲକ୍ଷ ଉପରେ ।

33

 ତେବେ ମିକିଙ୍କ ଜୀବନ ଯାତ୍ରା କିଛି ମାତ୍ରାରେ ରୋଚକ । ମିକି ଜଣେ ବିଜ୍ଞାନ ଛାତ୍ର । ତାଙ୍କ ସମୟରେ ହେୟାର କଟ୍ ଓ ମେକଅପର ବିଶେଷ ଚାହିତା ନଥିବାବେଳେ ମିକି କଣ୍ଟ୍ରାକ୍ଟରଙ୍କୁ କିନ୍ତୁ ଏହି ଦୁଇଟି କାମ ଭଲ ଲାଗିଥିଲା ।  ମୁମ୍ବାଇର ସବୁଠୁ ପପୁଲାର ପାର୍ଲର ’ଟୋକିୟୋ ବିୟୁଟି ପାର୍ଲର’ରେ କାମ କରୁଥିବାବେଳେ ସେଠାକୁ ଆସିଥିଲେ ହେଲେନ୍  । ତାଙ୍କ ହେୟାର କଟ୍ ଦାୟତ୍ବ ମିଳିଥିଲା ମିକିଙ୍କୁ । ତାଙ୍କୁ  ବଲିଉଡରେ ହେୟାର ଷ୍ଟାଇଲିଷ୍ଟ କାମ ଦେବାକୁ କହିଥିଳେ ମିକି । କିନ୍ତୁ ହେୟାର କଟ୍ ନୁହେଁ ମେକଅପକୁ ଗୁରୁତ୍ବ ଦେବାକୁ କହିଥିଲେ ହେଲେନ୍ । ତାଙ୍କର ଏହି କଥାକୁ ଗୁରୁ ବାକ୍ୟ ଭାବେ ଗ୍ରହଣ କରିଥିଲେ ମିକି । ’ବେଖୁଦି’ ଫିଲ୍ମରେ ତାଙ୍କୁ  ମେକଅପ୍ ପାଇଁ ପ୍ରଥମ ସୁଯୋଗ ମିଳିଥିଲା । ଏହାପରେ ସେ ଆଉ ପଛକୁ ଚାହିଁନାହାଁନ୍ତି । ଭାଗ୍ୟ ଦେବୀ ଯେପରି ତାଙ୍କ ଉପରେ କୃପା କଲେ । ଗୋଟେ ପରେ ଗୋଟେ ମୁଭିରେ ତାଙ୍କ ମେକଅପ୍ ଆର୍ଟ  ପାଇଁ ସୁଯୋଗ ମିଳିବା ସହ ସେଲିବ୍ରିଟି ମହଲରୁ ମେକଅପ୍ ପାଇଁ ଢେର ସୁଯୋଗ ମିଳିଲା । ଆଜି ସେ କେବଳ ଦେଶ ନୁହେଁ ବିଦେଶକୁ ମଧ୍ୟ ସେଲିବ୍ରିଟିଙ୍କ ମେକଅପ୍ ପାଇଁ ଡାକରା ପାଉଛନ୍ତି ।