କନକ ବ୍ୟୁରୋ: କାହାପାଇଁ ସର୍ବନାଶ କାହାପାଇଁ ପୁଷମାସ । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା । ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ପରେ ଏୟାରପୋର୍ଟ ସର୍ଭିସ୍ ମ୍ୟାନେଜମେଣ୍ଟ ଫର୍ମ ଏୟାର ଇଣ୍ଡିଆସେଟ୍ସ ସର୍ଭିସେସ୍ (AISATS) ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି । କାରଣ ବିମାନ ଦୁର୍ଘଟଣାର କିଛି ଦିନ ପରେ AISATS କାର୍ଯ୍ୟାଳୟରେ ଉତ୍ସବ ପାଳିଥିଲେ । ଏଥିରେ ସବୁ କର୍ମଚାରୀଙ୍କ ସହ ବରିଷ୍ଠ ଅଧିକାରୀମାନେ ନାଚୁଥିବା ଓ ଗାଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା ।  ବିମାନ ଦୁର୍ଘଟଣା ଜୁନ୍ ୧୨ରେ ହୋଇଥିବାବେଳେ ଏହାର କିଛି ମାତ୍ର ଦିନକ ପରେ  AISATS  ଅଫିସରେ ସେଲିବ୍ରେସନର ଭିଡିଓ ସାମ୍ନାକୁ ଆସିଥିଲା । 

Advertisment

 ବିମାନ ଦୁର୍ଘଟଣାରେ ଶତାଧିକ ଲୋକ ପ୍ରାଣ ହରାଇବା ଘଟଣାରେ ସାରା ଦେଶ ଘୋର ଶୋକରେ ବୁଡ଼ିଥିବାବେଳେ  ଅଫିସରେ ନାଚ , ଗୀତ ଦେଶବାସୀଙ୍କୁ ଅତିଷ୍ଠ କରିଛି । ଏହାକୁ ନେଇ AISATS ପକ୍ଷରୁ କ୍ଷୋଭ ପ୍ରକାଶ କରାଯିବା ସହ ଏୟାର ଇଣ୍ଡିଆର ୪ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । 
AISATSର ଜଣେ ମୁଖପାତ୍ର କହିଛନ୍ତି, କମ୍ପାନି ବିମାନ ଦୁର୍ଘଟଣାରେ ପ୍ରଭାବିତ ପରିବାର ସହିତ ଏକତା ପ୍ରକାଶ କରୁଛି ଏବଂ  ଭିଡିଓ ପାଇଁ ଦୁଃଖ ପ୍ରକାଶ କରିଛି । ଯାହାକୁ ଦେଖିବା ପରେ ଅନେକ ସୋସିଆଲ ମିଡିଆରେ ଉତ୍ସବ ପାଇଁ ଉପଯୁକ୍ତ ସମୟ ନୁହେଁ ବୋଲି ମତ ପ୍ରକାଶ କରିଛନ୍ତି ।