କନକ ବ୍ୟୁରୋ : ଫାଇଭ-ଟି ସ୍କୁଲରୁ ଖସିଲା ସିଲିଂ। ଜଣେ ଶିକ୍ଷକଙ୍କ ସମେତ ୩ ଛାତ୍ରୀ ଆହତ।ଖୋର୍ଦ୍ଧା ଜିଲ୍ଲା ଧଳାପଥର ବାଳିକା ଉଚ୍ଚବିଦ୍ୟାଳୟରୁ ଆସିଛି ଏପରି ଚିତ୍ର। କିଛିଦିନ ତଳେ ଲକ୍ଷାଧିକଟଙ୍କା ବ୍ୟୟରେ ଫାଇଭ-ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ହୋଇଥିଲା। ତେବେ କେଇ ମାସ ନପୁରୁଣୁ ଛାତରୁପ୍ଲାଷ୍ଟର ଖସିଛି।
ସବୁଠୁ ବଡ଼ କଥା ହେଉଛି ଶ୍ରେଣୀ ଗୃହରେ ଶିକ୍ଷକ ପାଠ ପଢ଼ାଉଥିବା ବେଳେ ଏହି ପ୍ଲାଷ୍ଟରଖସିଛି ।ଶିକ୍ଷକ ବିଜ୍ଞାନ ପଢ଼ାଉ ଥିବାବେଳେ ଘଟିଛିଅଘଟଣ । ଶିକ୍ଷକଙ୍କର ହାତ, ଗୋଡ଼ରେ ବାଜିଛି ସିଲିଂରୁ ଖସିଥିବା ପ୍ଲାଷ୍ଟର । ଘଟଣା ଜଣାପଡିବା ପରେସ୍କୁଲର ପ୍ରଧାନଶିକ୍ଷତ୍ରୀ ଆହତ ଛାତ୍ରୀ ମାନଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏବଂଏନେଇ ବିଇଓଙ୍କୁ ମଧ୍ୟ ଖବର ଦେଇଛନ୍ତି । ବୋଲଗଡ଼ ବିଇଓ ଏ ଘଟଣା ସମ୍ପର୍କରେ ବିଡିଓଙ୍କୁ ଅବଗତ କରିଛନ୍ତି ।ନିମ୍ନମାନର କାମ ଯୋଗୁଁ ଏଭଳି ଘଟିଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/eSfVCpiqXK6G2FkbzNQe.jpg)