କନକ ବ୍ୟୁରୋ: ଯୁଦ୍ଧରେ କ୍ଷତିଗ୍ରସ୍ତ ଗାଜା କାନ୍ଦୁଛି । ଇସ୍ରାଏଲର ଆକ୍ରମଣରେ କେବଳ ବିଦ୍ରୋହୀଙ୍କ ଜୀବନ ଯାଉନି, ବଳି ପଡୁଛନ୍ତି କୁନିକୁନି ପିଲା, ବୟସ୍କ ଓ ମହିଳା । ଯାଉଛି ନିରୀହ ଜୀବନ । ପରିସ୍ଥିତି ଏଭଳି ହେଲାଣି ଯେ, ଭୋକ ଉପାସରେ ମଧ୍ୟ ଲୋକ ମରୁଛନ୍ତି । ମୃତ୍ୟୁସଂଖ୍ୟା ବଢୁଛି । ଗାଜାରେ ୫୦ ଗ୍ରାମ୍ ବିସ୍କୁଟର ଦାମ୍ ପଡୁଛି ୭ଶହ ୫୦ ଟଙ୍କା । ନଗଦ ଟଙ୍କା ଉଠାଇଲେ ୩୫ ପ୍ରତିଶତ କଟୁଛି । ଗୋଟିଏ ସପ୍ତାହ ପୂର୍ବରୁ ରିଲିଫ୍ ନେଉଥିବା ଲୋକଙ୍କ ଉପରେ ଗୁଳିମାଡ଼ କରି ଇସ୍ରାଏଲ ନରସଂହାର ରଚିଥିଲା । ତେବେ ବିଶ୍ବ ସମୁଦାୟର ବିରୋଧ ପରେ ଏହାକୁ ଏକ ଭୁଲ୍ କହି ଇସ୍ରାଏଲ ନିଜ ଦୋଷକୁ ଏଡ଼ାଇଥିବା ବେଳେ ଏବେ ପୁଣି ବଡ଼ ଆକ୍ରମଣ କରିଛି ।
ଭୋକ ଉପାସରେ ଛଟପଟ ହେଉଥିବା ୨୧ଜଣ ଲୋକଙ୍କ ପ୍ରାଣହାନି ପରେ ବିଶ୍ବବ୍ୟାପୀ ଇସ୍ରାଏଲକୁ ନିନ୍ଦା କରାଯାଉଛି । ଶନିବାର ଲୋକ ଜିକିମ୍ କ୍ରସିଂ ନିକଟରେ ରିଲିଫ୍ ସାମଗ୍ରୀ ପାଇଁ ଅପେକ୍ଷା କରିଥିଲେ । ଇସ୍ରାଏଲୀ ସୈନିକମାନେ ହଠାତ୍ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ । ଇସ୍ରାଏଲୀ ସେନା ଏହି ଗୁଳି ଚଳାଇବାର କାରଣ କହିନାହିଁ । ଦୁଇ ମାସ ମଧ୍ୟରେ ଖାଦ୍ୟ ସାମଗ୍ରୀ ପାଇଁ ଗାଜା ଯାଇଥିବା ୧ ହଜାରରୁ ଅଧିକ ଲୋକ ଇସ୍ରାଏଲ ଗୁଳିରେ ପ୍ରାଣ ହରାଇଛନ୍ତି । ଶନିବାର ଗାଜା ସହରରେ ଏକ ଆପାର୍ଟମେଣ୍ଟରେ ବୋମା ବିସ୍ଫୋରଣରେ ଚାରି ଜଣ ପ୍ରାଣ ହରାଇଥିଲେ । ଯୁଦ୍ଧବିରତି ସମ୍ପର୍କରେ ଆଲୋଚନା ହୋଇପାରିନାହିଁ ।
ଇସ୍ରାଏଲର ଆକ୍ରମଣ, କାନ୍ଦୁଛି ଗାଜା
-ଗାଜା ଉପରେ ଇସ୍ରାଏଲର ପୁଣି ବଡ଼ ଆକ୍ରମଣ
-ରିଲିଫ୍ ଶିବିର ଉପରେ ଆକ୍ରମଣ ସୂଚନା
-ରକେଟ୍ ମାଡ଼ରେ ୨୧ଜଣ ନିରୀହ ଲୋକଙ୍କ ମୃତ୍ୟୁ
-ରିଲିଫ୍ ପାଇଁ ଛିଡ଼ା ହୋଇଥିବା ସମୟରେ ଆକାଶରୁ ଖସିଲା ମୃତ୍ୟୁ
-ହମାସ୍ ଭାବି ଭୁଲରେ ଆକ୍ରମଣ କରିଥିବା ଇସ୍ରାଏଲର ସଫେଇ
- ଇସ୍ରାଏଲରେ ୫୬ ହଜାର ଲୋକ ପ୍ରାଣ ହରାଇଛନ୍ତି
- ୧୪ ହଜାର ଲୋକ ନିଖୋଜ
-ନାଗରିକମାନଙ୍କୁ ଟାର୍ଗେଟକୁ ବିଶ୍ବବ୍ୟାପୀ ନିନ୍ଦା
-ଇସ୍ରାଏଲ ପାଇଁ ଅନ୍ତର୍ଜାତୀୟ ଆହ୍ୱାନ ବଢ଼ୁଛି
-ଅନ୍ତର୍ଜାତୀୟ ମାନବିକ ଆଇନର ଉଲ୍ଲଂଘନ ଅଭିଯୋଗ