ପାକିସ୍ତାନର ହିଂସାତ୍ମକ କାର୍ଯ୍ୟକଳାପର ଜବାବ ଦେବାକୁ ସେନା ପ୍ରସ୍ତୁତ, ସିଡିଏସ୍ ଜେନେରାଲ୍ ଅନୀଲ ଚୌହ୍ୱାନ କହିଲେ...

ସିଡିଏସ୍‌ କହିଛନ୍ତି ଯେ ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପକୁ ଚ୍ୟାଲେଞ୍ଜ କରିବାର ଆବଶ୍ୟକତା ରହିଛି । ସେ ଏହା ମଧ୍ୟ ଦୋହରାଇଛନ୍ତି ଯେ ଆତଙ୍କବାଦୀମାନେ ପାକିସ୍ତାନର କୌଣସି ବି ଅଂଶରେ ଲୁଚି ରହିପାରିବେ ନାହିଁ ।

Anil Chouhan-

କନକ ବ୍ୟୁରୋ: ସେନାକୁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍(ସିଡିଏସ୍) ଜେନେରାଲ୍ ଅନୀଲ ଚୌହ୍ୱାନ ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି । କହିଲେ ପାକିସ୍ତାନ ପକ୍ଷରୁ ହେଉଥିବା ସମସ୍ତ ପ୍ରକାରର ହିଂସାତ୍ମକ ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସେନାକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ଆୟୋଜିତ ଏକ ବାର୍ଷିକ କାର୍ଯ୍ୟକ୍ରମ ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ସେ ଏହି କଥା କହିଛନ୍ତି ।

ସିଡିଏସ୍‌ କହିଛନ୍ତି ଯେ ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପକୁ ଚ୍ୟାଲେଞ୍ଜ କରିବାର ଆବଶ୍ୟକତା ରହିଛି । ସେ ଏହା ମଧ୍ୟ ଦୋହରାଇଛନ୍ତି ଯେ ଆତଙ୍କବାଦୀମାନେ ପାକିସ୍ତାନର କୌଣସି ବି ଅଂଶରେ ଲୁଚି ରହିପାରିବେ ନାହିଁ । ଜେନେରାଲ୍ ଅନିଲ ଚୌହ୍ୱାନ କହିଛନ୍ତି, "ଦେଶର ସାମରିକ ପ୍ରସ୍ତୁତି ସର୍ବୋଚ୍ଚ ସ୍ତରର ହେବା ଉଚିତ୍, ଏବଂ ସେନାକୁ ଦିନର ୨୪ ଘଣ୍ଟା ଓ ବର୍ଷର ୩୬୫ ଦିନ ପ୍ରସ୍ତୁତ ରହିବାକୁ ହେବ ।"   ଯବାନମାନଙ୍କୁ ଆହୁରି କହିଛନ୍ତି ଯେ ଯୁଦ୍ଧ ଓ ଶାନ୍ତି ମଧ୍ୟରେ ଥିବା ସୀମାରେଖା ବର୍ତ୍ତମାନ ସମୟରେ ଅସ୍ପଷ୍ଟ ହେବାରେ ଲାଗିଛି ।

"ଆମକୁ ଅଣପାରମ୍ପରିକ ଏବଂ ପରମାଣୁ କ୍ଷେତ୍ର ମଧ୍ୟରେ ପାରମ୍ପରିକ ଅଭିଯାନ ପାଇଁ ଅଧିକ ସ୍ଥାନ ସୃଷ୍ଟି କରିବାକୁ ହେବ ।" ସେ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତୀୟ ସେନା ପାଖରେ ଅଧିକ ଦୂରତାରେ ଥିବା ସ୍ଥିର ଟାର୍ଗେଟ୍‌ ଏବଂ ଗତିଶୀଳ ଟାର୍ଗେଟ୍‌କୁ ଭେଦ କରିବାର କ୍ଷମତା ରହିବା ଆବଶ୍ୟକ ।

"ପାକିସ୍ତାନ ପକ୍ଷରୁ କରାଯାଉଥିବା ଯେକୌଣସି ହିଂସାତ୍ମକ କାର୍ଯ୍ୟାନୁଷ୍ଠାନର ଜବାବ ଦେବା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ହେବ । ତାହା ରାଜ୍ୟ ଭିତରୁ ହେଉ କିମ୍ବା ରାଜ୍ୟ ବାହାରୁ ହେଉ । ଆମକୁ ବୁଝିବାକୁ ପଡିବ ଏହା ହେଉଛି ପ୍ରଥମ ମାନଦଣ୍ଡ ।" ଏହା କହିଛନ୍ତି ସିଡିଏ ଅନୀଲ ଚୌହ୍ୱାନ । ସିଡିଏସ୍ ଜେନେରାଲ୍ ଚୌହ୍ୱାନଙ୍କ ମୁତବକ ସେନା ପାଇଁ ଏକ ସାମରିକ ମାନକ ହେଉଛି ପରମାଣୁ ନୀତି ଉପରେ ଅଧିକ ନିର୍ଭରଶୀଳତା । ଯାହା ପାରମ୍ପରିକ ସାମରିକ ଅଭିଯାନର ମୂଳଦୁଆ ପାଲଟିଛି । ସିଡିଏସ୍‌ଙ୍କ ମତରେ, ଭାରତକୁ ନିଜର ବିରୋଧୀଙ୍କ ତୁଳନାରେ ଟେକ୍ନୋଲୋଜି କ୍ଷେତ୍ରରେ ସବୁବେଳେ ଆଗରେ ରହିବାକୁ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe