କନକ ବ୍ୟୁରୋ: ସିଡିଏସ ଜେନେରାଲ ଅନୀଲ ଚୌହାନ ସ୍ଵୀକାର କରିଛନ୍ତି ଯେ, ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଲଢୁଆ ବିମାନ ହରାଇଥିଲା । ସିଙ୍ଗାପୁରରେ ଆୟୋଜିତ ଶାଙ୍ଗ୍ରୀ-ଲା ଡାଏଲଗରେ ବ୍ଲୁମବର୍ଗ ଟିଭିକୁ ଦେଇଥିବା ସାକ୍ଷାତକାରରେ ସିଡିଏସ ଏହା କହିଛନ୍ତି । ତେବେ, ହରାଇଥିବା ବିମାନର ସଂଖ୍ୟା କିମ୍ବା ବିସ୍ତୃତ ତଥ୍ୟ ଦେବାକୁ ମନା କରିଛନ୍ତି ସିଡିଏସ ଅନୀଲ ଚୌହାନ । ପାକିସ୍ତାନର ଦାବି କରିଥିଲା, 6ଟି ଭାରତୀୟ ବିମାନକୁ ଖସାଇଥିଲେ, ଜେନେରାଲ ଚୌହାନ ଏହାକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି । ଜେନେରାଲ ଚୌହାନ କହିଛନ୍ତି, ବିମାନ ଖସିବା ଅପେକ୍ଷା କାହିଁକି ଖସିଲା, ତାହା ଜାଣିବା ଅଧିକ ଗୁରୁତ୍ୱପୂର୍ଣ୍ଣ । ଆମେ ଆମର ଭୁଲଗୁଡ଼ିକୁ ଚିହ୍ନଟ କରିଛୁ, ସୁଧାରିଛୁ ଏବଂ ଦୁଇ ଦିନ ମଧ୍ୟରେ ପୁଣି ଆମର ବିମାନଗୁଡ଼ିକୁ ଦୀର୍ଘ ଦୂରତାରେ ଲକ୍ଷ୍ୟ ନେଇ ଉଡ଼ାଇଛୁ । ଅପରେସନ ସିନ୍ଦୂର ୭ ମୋର ଆରମ୍ଭ ହୋଇଥିଲା, ଯେଉଁଥିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା 9ଟି ଆତଙ୍କବାଦୀ ଶିବିର ଉପରେ ଭାରତ ଆକ୍ରମଣ କରିଥିଲା ।
ଅପରେସନ ସିନ୍ଦୂରକୁ ନେଇ ସିଡିଏସ ମୁଖ୍ୟ ଅନୀଲ ଚୌହାନଙ୍କ ବଡ଼ ବୟାନ: ପାକିସ୍ତାନ ସହ ସଂଘର୍ଷରେ ଖସିଥିଲା ରାଫେଲ୍ ଯୁଦ୍ଧ ବିମାନ
ସିଡିଏସ ଜେନେରାଲ ଅନୀଲ ଚୌହାନ ସ୍ଵୀକାର କରିଛନ୍ତି ଯେ, ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଲଢୁଆ ବିମାନ ହରାଇଥିଲା ।
/kanak/media/media_files/2025/05/31/USXBw71RlOgCJQT2xtj0.jpg)