କନକ ବ୍ୟୁରୋ : ଭାରତର ଅପରେସନ ସିନ୍ଦୂର ବିଷୟରେ ଚିଫ ଅଫ ଡିଫେନ୍ସ ଷ୍ଟାଫ ବା ସିଡିଏସ) ଅନିଲ ଚୌହ୍ୱାନ  ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି, ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାର ପାଞ୍ଚ ମିନିଟ ପରେ ପାକିସ୍ତାନକୁ ସୂଚନା ଦିଆଯାଇଥିଲା। ଆକ୍ରମଣ ପରେ ଭାରତ ମଧ୍ୟ ପାକିସ୍ତାନକୁ ଫୋନ କରି କହିଥିଲା, ଯଦି ଏହା ପୁଣି ଆକ୍ରମଣ କରେ, ତେବେ ପରବର୍ତ୍ତୀ ସମୟରେ ଅଧିକ କଡ଼ା ଜବାବ ଦିଆଯିବ । ଏଥିସହ ସିଡିଏସ କହିଛନ୍ତି ଭାରତ ଆଗରେ ଖୁବ କମ ସମୟରେ ହାର ମାନିଥିଲା ଭାରତ । କେବଳ ୮ଘଣ୍ଟାରେ ଆଣ୍ଠେଇଥିଲା ପାକିସ୍ତାନ । ୪୮ ଘଣ୍ଟାର ଲଢ଼େଇକୁ ୮ଘଣ୍ଟାରେ ସାରିଥିଲା ଭାରତ । ଆକ୍ରମଣ କିଛି ସମୟ ପରେ ଆଲୋଚନା ଚାହିଁଥିଲା ପାକିସ୍ତାନ । ଫୋନରେ ଭାରତ ସହ କଥା ହୋଇଥିଲା ।  କ୍ଷତି ଅପେକ୍ଷା ଫଳାଫଳ ଅଧିକ ଗୁରୁତ୍ବ ରଖେ । ସେନସେସର ଟେକ୍ନୋଲୋଜି, ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବଡ ଭୂମିକା ତୁଲାଇଛି  । କୌଣସି ଧମକ ଆଦୌ ବରଦାସ୍ତ କରାଯିବନି । ଅପରେସନ ସିନ୍ଦୂର ଜାରି ଅଛି ।