କନକ ବ୍ୟୁରୋ:  ଅପରେସନ ସିନ୍ଦୂରରେ କାହିଁକି ବାୟୁସେନାକୁ ବ୍ୟବହାର କରାଗଲା? କାହିଁକି କରାଗଲା ଏୟାର ଷ୍ଟ୍ରାଇକ୍?  ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍- ସିଡିଏସ୍ ଅନୀଲ ଚୌହାନ ଏସମ୍ପର୍କରେ ସୂଚନା ଦେଇଛନ୍ତି । ପାକିସ୍ତାନରେ ଆତଙ୍କୀ ଶିବିର ଧ୍ୱଂସ ପାଇଁ ଡ୍ରୋନ୍ ଭଳି ଅସ୍ତ୍ରଶସ୍ତ୍ର ଯଥେଷ୍ଟ ହେବନାହିଁ ବୋଲି ଆକଳନ କରାଯିବା ପରେ ବାୟୁସେନାକୁ ବ୍ୟବହାର କରାଯାଇଥିଲା । ପୂର୍ବରୁ ଉରି, ପୁଲୱାମା, ଖାଇବର ପଖତୁନଖ୍ୱା ଅପରେସନ ପରେ ଭାରତ ନିଜ ପ୍ରତିରକ୍ଷା ଶକ୍ତି ବଢ଼ାଇ ସାରିଥିଲା ।

Advertisment

୨୦୧୬ରେ ଉରି ଆକ୍ରମଣ ପରେ ଭାରତ ସ୍ଥଳଭାଗରେ ଯାଇ ଆତଙ୍କୀ ଶିବିର ନଷ୍ଟ କରିଥିଲା  ବାଲାକୋଟ୍ ଅପରେସନରୁ ମଧ୍ୟ ବହୁତ୍ ଅଭିଜ୍ଞତା ହାସଲ କରିଥିଲା । ତେଣୁ ବାହାବଲପୁର ଓ ମୁରିଦକେରେ ବାୟୁସେନା ଲଗାଇବା ପାଇଁ ଓ ଏୟାର ଷ୍ଟ୍ରାଇକ୍ ପାଇଁ ନିଷ୍ପତ୍ତି ନିଆଯାଇଥିଲା ବୋଲି ଗୋରଖପୁରରେ ଏକ କାର୍ଯ୍ୟକ୍ରମରେ ସିଡିଏସ୍ ଅନୀଲ ଚୌହାନ ପ୍ରକାଶ କରିଛନ୍ତି । ଅପରେସନ ସିନ୍ଦୂର ଦ୍ୱାରା ଭାରତ ପହଲଗାମ୍ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଥିଲା । 

ଅପରେସନ ସିନ୍ଦୂରରେ କାହିଁକି ବାୟୁସେନା? 
କାହିଁକି କରାଗଲା ଏୟାର ଷ୍ଟ୍ରାଇକ୍?
ସିଡିଏସ୍ ଅନୀଲ ଚୌହାନଙ୍କ ସୂଚନା 
ଡ୍ରୋନ୍ ଭଳି ଅସ୍ତ୍ରଶସ୍ତ୍ର ଯଥେଷ୍ଟ ହେବନାହିଁ ବୋଲି ଆକଳନ କରାଗଲା
ଏହାପରେ ବାୟୁସେନାକୁ ବ୍ୟବହାର କରାଯାଇଥିଲା
ଉରି, ପୁଲୱାମା ଅପରେସନ ପରେ ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି
ଉରି ଆକ୍ରମଣ ପରେ ଭାରତ ସ୍ଥଳଭାଗରେ ଯାଇ ଆତଙ୍କୀ ଶିବିର ନଷ୍ଟ କରିଥିଲା
ବାଲାକୋଟ୍ ଅପରେସନରୁ ମଧ୍ୟ ବହୁତ ଅଭିଜ୍ଞତା ହାସଲ
 ଅପରେସନ ସିନ୍ଦୂରରେ ବାୟୁସେନା ଲଗାଇବା ପାଇଁ ନିଷ୍ପତ୍ତି ହେଲା
ଅପରେସନ ସିନ୍ଦୂର ଦ୍ୱାରା ପହଲଗାମ୍ ଆତଙ୍କୀ ଆକ୍ରମଣର ପ୍ରତିଶୋଧ