ବ୍ଲକରୁ ତଡା ଖାଇଲେ ସିଡିପିଓ । ଉପମୁଖ୍ୟମନ୍ତ୍ରୀ କହିଲେ, ଦୋଷୀଙ୍କୁ ଛଡାଯିବନି । ସନ୍ଦେହରେ ଜିଲ୍ଲା ପ୍ରଶାସନର ନୀରବତା

Advertisment

କେନ୍ଦ୍ରାପଡାରେ ଗର୍ଭସ୍ଥ ଶିଶୁର ମୃତ୍ୟୁ ଅଭିଯୋଗ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଜିଲ୍ଲାପାଳଙ୍କ ଚିଠି ଆଧାରରେ ସିଡିପିଓ ସ୍ନେହଲତାଙ୍କ ଉପରେ ବାଜିଛି ସରକାରଙ୍କ ଛାଟ

Updated On

କେନ୍ଦ୍ରାପଡାରେ ଗର୍ଭସ୍ଥ ଶିଶୁର ମୃତ୍ୟୁ ଅଭିଯୋଗ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଜିଲ୍ଲାପାଳଙ୍କ ଚିଠି ଆଧାରରେ ସିଡିପିଓ ସ୍ନେହଲତାଙ୍କ ଉପରେ ବାଜିଛି ସରକାରଙ୍କ ଛାଟ

ଅଦ୍ୟତନ ହୋଇଛି
derabis

କନକ ବ୍ୟୁରୋ: କେନ୍ଦ୍ରାପଡାରେ ଗର୍ଭସ୍ଥ ଶିଶୁର ମୃତ୍ୟୁ ଅଭିଯୋଗ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଜିଲ୍ଲାପାଳଙ୍କ ଚିଠି ଆଧାରରେ ସିଡିପିଓ ସ୍ନେହଲତାଙ୍କ ଉପରେ ବାଜିଛି ସରକାରଙ୍କ ଛାଟ। ଡେରାବିଶ ବ୍ଲକ୍‌ ମହିଳା ଓ ଶିଶୁ ସମନ୍ବୟ ବିଭାଗରୁ ସ୍ନେହଲତାଙ୍କୁ ଅପସାରଣ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ।

  • ଗର୍ଭସ୍ଥ ଶିଶୁ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କ କଠୋର ଆଭିମୁଖ୍ୟ
  • ଅପସାରଣ ହେଲେ ଡେରାବିଶ ସିଡ଼ିପିଓ ସ୍ନେହଲତା
  • ପ୍ରତିଶ୍ରୁତି ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ
  • ଦୋଷୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ 

ବର୍ଷାଙ୍କ ଅଭିଯୋଗ ଓ ସ୍ନେହଲତାଙ୍କ ସଫେଇ ଭିତରେ ପୂରା ଘଟଣା ଉପରୁ ପରଦା ହଟାଇବାକୁ ଡେରାବିଶ ବ୍ଲକରେ ତଦନ୍ତକାରୀ ଟିମ୍ ପହଞ୍ଚି ପଚରାଉଚରା କରିଛି। ପ୍ରତିଟି କର୍ମଚାରୀଙ୍କୁ ସ୍ନେହଲତା ଓ ବର୍ଷାଙ୍କ ବାବଦରେ ପଚାରି ବୁଝିଛନ୍ତି ତଦନ୍ତକାରୀ ଅଫିସର। ଅନ୍ୟପଟେ ସରକାରଙ୍କ ତଦନ୍ତ ଉପରେ ଭରସା ଥିବା କହିଛନ୍ତି ବର୍ଷାଙ୍କ ପରିବାର। 

ସ୍ନେହଲତାଙ୍କ ନାଁରେ ବର୍ଷା ଆଣିଥିବା ଅଭିଯୋଗକୁ ବଳ ଦେଇଛି ସୋରିଷିଆ ଗାଁର ସନ୍ଧ୍ୟାରାଣୀଙ୍କ ସଙ୍ଗୀନ ଅଭିଯୋଗ। ସ୍ନେହଲତାଙ୍କ ଦୁର୍ନୀତିର ପେଡି ଖୋଲିଛନ୍ତି ସନ୍ଧ୍ୟାରାଣୀ। ଅଙ୍ଗନବାଡିରେ ପୋଷ୍ଟିଂ ପାଇଁ ସ୍ନେହଲତା ୮୯ ହଜାର ଟଙ୍କା ଅନ୍ୟ ଅଙ୍ଗନବାଡି କର୍ମୀଙ୍କ ଜରିଆରେ ନେଇଥିଲେ ମଧ୍ୟ ଚାକିରି ଦେଇନଥିବା କହିଛନ୍ତି ସନ୍ଧ୍ୟାରାଣୀ। ସେହିଭଳି ପଚରାଉଚରା ବେଳେ ଅଫିସରେ ସିଡିପିଓ ହଇରାଣ ହରକତ କରିଥିବା କହିଛନ୍ତି ୱାଚମ୍ୟାନ୍।  

ଏ ଗୋଟିଏ ଘଟଣା ସୂଚାଉଛି ବ୍ଲକସ୍ତରରେ କିଛି ଉଚ୍ଚପଦସ୍ଥ ଅଧିକାରୀଙ୍କ ଆଭିମୁଖ୍ୟ କେମିତି ରହିଛି? ଗଣମାଧ୍ୟମକୁ ବର୍ଷାଙ୍କ କରୁଣ କାହାଣୀ ସାମ୍ନାକୁ ଆସିବା ପରେ ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ଆଗେଇଲେ। ହେଲେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାପାଳଙ୍କ ଦୃଷ୍ଟିକୁ କାହିଁକି ଏ ଘଟଣା ଆସିଲାନି ତାହା ଆଉ ଏକ ତଦନ୍ତକୁ ଅପେକ୍ଷା କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe