ଭିଜିଲାନ୍ସ ହାତରେ ସିଡିପିଓ ; ଅଙ୍ଗନୱାଡି କର୍ମୀଙ୍କ ଦରମା କରାଇଦେବା ପାଇଁ ନେଉଥିଲେ ଲାଞ୍ଚ

Advertisment

ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ପରିସରରେ ସମନ୍ବିତ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ସିଡିପିଓ ସଂଧ୍ୟାରାଣୀଙ୍କୁ ଅଫିସରୁ ଧରିଲା ଭିଜିଲାନ୍ସ ।

ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ପରିସରରେ ସମନ୍ବିତ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ସିଡିପିଓ ସଂଧ୍ୟାରାଣୀଙ୍କୁ ଅଫିସରୁ ଧରିଲା ଭିଜିଲାନ୍ସ ।

33cdpo

କନକ ବ୍ୟୁରୋ : ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ପରିସରରେ ସମନ୍ବିତ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ସିଡିପିଓ ସଂଧ୍ୟାରାଣୀଙ୍କୁ ଅଫିସରୁ ଧରିଲା ଭିଜିଲାନ୍ସ । ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ୧୮ ମାସର ଦରମା କରାଇଦେବାକୁ ମାଡ଼ାମ୍ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ରେଡ୍ ହେଣ୍ଡ ଧରାପଡିଛନ୍ତି ।

ବେଗୁନିଆପଡ଼ା ସିଡିପିଓ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ପୂର୍ବ ସରକାରରେ କୌଣସି ପଦକ୍ଷେପ ନିଆଯାଇନଥିଲା । ଏବେ ମାଡମଙ୍କ ଛତୁଆ ଦୁର୍ନୀତିକୁ ନେଇ ପଞ୍ଚାୟତ ସମିତିରେ ହୋ ହାଲ୍ଲା ହେବା ପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାୟକ କହିଥିଲେ। ଆଜି ସକାଳେ ବ୍ରହ୍ମପୁର ଭିଜିଲାନ୍ସର ଏକ ଟିମ୍ ପୂର୍ବ ପ୍ରସ୍ତୁତି ଅନୁସାରେ ଲାଞ୍ଚ ନେଉଥିବା ବେଳେ ଧରିଛନ୍ତି। ବେଗୁନିଆପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଅଫିସ, ସରକାରୀ ଘରେ ଛାନଭିନ୍ ଜାରି ରହିଛି। ଜିଲ୍ଲା ବାହାରେ ଥିବା ବିଭିନ୍ନ କୋଠାରେ ଛାପାମାରି କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe