କନକ ବ୍ୟୁରୋ : ବରଗଡ଼ କୁର୍ଲା ଜଙ୍ଗଲରୁ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର ଘଟଣାରେ ସାମ୍ନାକୁ ଆସିଛି ୨ଟି ସିସିଟିଭି ଫୁଟେଜ୍ । ଗୋଟିଏରେ ଯୁବତୀ ଜଣଙ୍କ ସପିଂ ମଲରେ ବୁଲୁଛନ୍ତି । ଅନ୍ୟଟିରେ ରାସ୍ତାରେ ୨ ଜଣ ଯୁବକଙ୍କ ସହ ବାଇକରେ ବସି ବୁଲୁଛନ୍ତି । ସପିଂ ମଲରେ ଯୁବତୀ ଜଣକ ବୁଲୁଥିବାର ଦୃଶ୍ୟ କଏଦ୍ ହୋଇଛି । ପୀଡ଼ିତା ଜଣକ ମୁହଁରେ ମାସ୍କ ପିନ୍ଧିଛନ୍ତି । ତାଙ୍କ ପଛରେ ଯୁବକ ଜଣକ ବୁଲୁଛନ୍ତି ।

Advertisment

ସେହିପରି ରାସ୍ତାରେ ଗୋଟିଏ ବାଇକରେ ବସି ଯାଉଛନ୍ତି। ଜଣେ ଯୁବକ ଗାଡି ଚଲାଉଛନ୍ତି, ଆଉ ଜଣେ ଯୁବକ ମଝିରେ ବସିଛନ୍ତି। ଆଉ ପଛରେ ପୀଡ଼ିତା ଜଣକ ବସିଛନ୍ତି। ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ପୂର୍ବରୁ ଏହି ୨ଟି ସିସିଟିଭି ଫୁଟେଜ୍ ବଢାଉଛି ରହସ୍ୟ । ସେହି ଯୁବକ କିଏ, ଯାହା ସହିତ ବୁଲୁଛନ୍ତି ପୀଡ଼ିତା । ତାଙ୍କୁ ଆକ୍ରମଣ ପଛରେ ଦୁଇ ଯୁବକଙ୍କର ସମ୍ପୃକ୍ତି ରହିଛି କି ?ଏମିତି ଅନେକ ପ୍ରଶ୍ନ ମନକୁ ଆସୁଛି ।