କନକବ୍ୟୁରୋ: ଜୟପୁର ସହରକୁ ଜଗିବ ସିସିଟିଭି । ପ୍ରସ୍ତୁତ ହେଲା ପୋଲିସ୍ କଣ୍ଟ୍ରେ୍ାଲ ରୁମ । ସହରକୁ ଅପରାଧ ମୁକ୍ତ କରିବା ପାଇଁ ବଡ ପଦକ୍ଷେପ ନିଆଯାଇଛି। ଆଉ ଖସି ପାରିବେନି ଅପରାଧି । ସହରର ପ୍ରତେକ ଛକରେ ଲାଗିଛି ସିସିଟିଭି । ମୋଟ ୧୪୫ ଟି ସିସିଟିଭି କ୍ୟାମେରା, ୧୨ଟି ପିଟି-ଟୁ କ୍ୟାମେରା ଯାହାକି ୩୬୦ ଡ଼ିଗ୍ରୀ ବୁଲି ରେକର୍ଡ଼ କରିବ ।
ଏବଂ ୧୩ ଟି ଅଟୋମେଟିକ ନମ୍ବର ପ୍ଳେଟ ରେକର୍ଡ଼ କ୍ୟାମେରା ରହିଛି । ଗୋଟିଏ କ୍ୟାମେରା ୫୦ ମିଟର ଦୁରରୁ ଅପରାଧି କୁ ଠାବ କରିପାରିବ । ୨୪ ଘଣ୍ଟିଆ ଜଗି ରହିବେ ପୋଲିସ । ଘଟଣା ଜଣା ପଡ଼ିବା ମାତ୍ରେ ପୋଲିସ ସେଠାରେ ପହଚିଂଯିବ। ଆଉ ଖସି ପାରିବେ ନାହିଁ ଅପରାଧି । ଜୟପୁର ପୌର ପାଳିକା ଓ ପୋଲିସ ବିଭାଗର ମିଳିତ ସହଯୋଗରେ ୨୦ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ଲାଗିଛି ସିସିଟିଭି କ୍ୟାମେରା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/YupCmlJGSxFXdBlf1eVF.jpg)