କନକ ବ୍ୟୁରୋ :ବଲାଙ୍ଗିର ବିଷ୍ଣୁମୁଣ୍ଡାରେ ମନୋଜ ନାଏକ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଦୃଶ୍ୟ । ହତ୍ୟା କରିବା ପରେ ଅଭିଯୁକ୍ତ ଟାଙ୍ଗିଆ ଧରି ଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଷ୍ଣୁମୁଣ୍ଡାରେ ଘର ସାମନା କିରନା ଦୋକାନ ଆଗରେ ଛିଡା ହୋଇଥିଲେ ମନୋଜ ନାଏକ । ଏହି ସମୟରେ ଜଣେ ନିଶାଶକ୍ତ ଯୁବକ ମନୋଜଙ୍କୁ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଭୁଜାଲିରେ ମନୋଜଙ୍କୁ ଅତର୍କିତ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ମନୋଜଙ୍କୁ ଉପସ୍ଥିତ ଲୋକ ହସ୍ପିଟାଲ ଆଣିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ହତ୍ୟାକାଣ୍ଡ ପଛର କାରଣ ଜଣାପଡିନାହିଁ । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ବିଷ୍ଣୁମୁଣ୍ଡାରେ ମନୋଜ ନାୟକ ହତ୍ୟା ଘଟଣା; ସାମ୍ନାକୁ ଆସିଲା ସିସିଟିଭି ଦୃଶ୍ୟ
ବଲାଙ୍ଗିର ବିଷ୍ଣୁମୁଣ୍ଡାରେ ମନୋଜ ନାଏକ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଦୃଶ୍ୟ । ହତ୍ୟା କରିବା ପରେ ଅଭିଯୁକ୍ତ ଟାଙ୍ଗିଆ ଧରି ଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
/kanak/media/media_files/2025/04/14/WFeEfPmPC1Kaput3a2RN.jpg)