କନକ ବ୍ୟୁରୋ : ଭୁବନେଶ୍ବର ସାମନ୍ତରାପୁର ଅଞ୍ଚଳରେ ଏଟିଏମରୁ ଲୁଟ୍ ଘଟଣାରେ ସାମ୍ନାକୁ ଆସିଛି ସିସିଟିଭି ଫୁଟେଜ୍। ୪ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆସି ଏଟିଏମକୁ ତାଡ଼ୁଥିବା ସିସି କ୍ୟାମେରାରେ କଏଦ୍ ହୋଇଛି । ତାଡ଼ିବା ପରେ ଏହାକୁ ବାହାରେ ଫିଙ୍ଗିଦେଇଛନ୍ତି ।

Advertisment

କ୍ୟାମେରାରେ କଏଦ୍ ହୋଇଛି ଲୁଟ୍ ବେଳର ଦୃଶ୍ୟ । ଗତ ବିଳମ୍ବିତ ରାତିରେ ଏଟିଏମ ତାଡି ଛୁ’ ମାରିଥିଲେ ଲୁଟେରା । ଗଙ୍ଗୁଆ ନାଳରୁ ମିଳିଥିଲା ଏଟିଏମ ମେସିନ। ଲୁଟେରାମାନେ ଏଟିଏମରୁ ଟଙ୍କା ନେଇ ମେସିନ ଗଙ୍ଗୁଆ ନାଳରେ ଫୋପାଡିଦେଇଥିବା ଡିସିପି ସୂଚନା ଦେଇଛନ୍ତି । ନାଳ ପାଖରେ ଗୋଟିଏ ଡାଲା ଅଟୋକୁ ଜବତ କରିଛି ପୋଲିସ ।