୯୬ ପ୍ରତିଶତ ଥାନାରେ ସିସିଟିଭି କ୍ୟାମେରା ; ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ସରକାର

ରାଜ୍ୟରେ ୯୬ ପ୍ରତିଶତ ଥାନାରେ କାର୍ଯ୍ୟକ୍ଷମ ହୋଇଛି ସିସିଟିଭି କ୍ୟାମେରା । ନଭେମ୍ବର ମାସ ଶେଷ ସୁଦ୍ଧା ବାକି ୪ ଥାନାରେ ବି ଲାଗିବ । ହାଇକୋର୍ଟରେ ସତ୍ୟପାଠ ଜରିଆରେ ଷ୍ଟାଟସ ରିପୋର୍ଟ ଦାଖଲ କଲେ ସରକାର ।

5111111

କନକ ବ୍ୟୁରୋ: ରାଜ୍ୟରେ ୯୬ ପ୍ରତିଶତ ଥାନାରେ କାର୍ଯ୍ୟକ୍ଷମ ହୋଇଛି ସିସିଟିଭି କ୍ୟାମେରା । ନଭେମ୍ବର ମାସ ଶେଷ ସୁଦ୍ଧା ବାକି ୪ ପ୍ରତିଶତ ଥାନାରେ ଲାଗିଯିବ ସିସିଟିଭି କ୍ୟାମେରା । ହାଇକୋର୍ଟରେ ସତ୍ୟପାଠ ଜରିଆରେ ଷ୍ଟାଟସ ରିପୋର୍ଟ ଦାଖଲ କରି ଏହି ଜବାବ ଦେଇଛନ୍ତି ରାଜ୍ୟ ସରକାର । 

ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଇବା ଓ ସେନା କର୍ମଚାରୀଙ୍କ ସହ ପୋଲିସ ବ୍ୟବହାର ନେଇ ଜନସ୍ୱାର୍ଥ ମାମଲାର ଶୁଣାଣୀ ସମୟରେ ହାଇକୋର୍ଟରେ ଏହି ସତ୍ୟପାଠ ଦାଖଲ କରିଥିଲେ ରାଜ୍ୟ  ସରକାର । ତେବେ ସବୁ ସିସିଟିଭି କ୍ୟାମେରାକୁ ପୋଲିସ ମୁଖ୍ୟାଳୟ ସହ ସଂଯୋଗିକରଣ କରାଯାଇ ମନିଟରିଂ କରାଯାଉଛି । ୨୯୫ ଟି ପୋଲିସ ଫାଣ୍ଡିରେ ମଧ୍ୟ ସିସିଟିଭି କ୍ୟାମେରା ଲଗେଇବା ପାଇଁ ପ୍ରକ୍ରିୟା ଜାରି ରହିଛି । 

ମାର୍ଚ୍ଚ ୨୦୨୫ ସୁଧା ରାଜ୍ୟର ସମସ୍ତ ପୋଲିସ ଫାଣ୍ଡିରେ ସିସିଟିଭି କ୍ୟାମେରା କାର୍ୟ୍ୟକ୍ଷମ ହେବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଅନ୍ୟପଟେ ପୋଲିସ ଷ୍ଟେସନକୁ ଆସୁଥିବା ସେନା କର୍ମଚାରୀଙ୍କ ସହ ପୋଲିସର ବ୍ୟବହାର ନେଇ ଜାରି ଏସଓପିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି ବୋଲି ସତ୍ୟପାଠ ଜରିଆରେ କୋର୍ଟଙ୍କୁ ଜଣାଯାଇଛି। ଏହି ଶୁଣାଣୀରେ ପୋଲିସ ମୁଖ୍ୟାଳୟ ଏଡିଜିପି ଦୟାଲ ଗଙ୍ଗୱାର ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । ଆସନ୍ତା ୧୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe