ବାଥରୁମରେ ସିସିଟିଭି କ୍ୟାମେରା ଲଗାଇଲା ଘର ମାଲିକ ପୁଅ; ଦିଲ୍ଲୀ ଲେଡିଜ୍ ହଷ୍ଟେଲରେ ହଇଚଇ

ଦିଲ୍ଲୀ ମହିଳା ହଷ୍ଟେଲରେ ସିସିଟିଭି କ୍ୟାମେରା ଲାଗିଥିବା ଅଭିଯୋଗ  । ବାଥ ରୁମ୍ ଓ ବେଡରୁମରେ ସ୍ପାଏ କ୍ୟାମେରା ଖଞ୍ଜି ଗିରଫ ହେଲା ଘର ମାଲିକଙ୍କ ପୁଅ । ମହିଳାଙ୍କ ଗୋପନୀୟ ଭିଡିଓ ରେକର୍ଡ କରି ବିକ୍ରି କରୁଥିବା ଅଭିଯୋଗ  ।

129999

କନକ ବ୍ୟୁରୋ: ଭଡ଼ାଟିଆଙ୍କ ବାଥରୁମ୍ ଓ ବେଡରୁମରେ ସ୍ପାଏ କ୍ୟାମେରା ଖଞ୍ଜି ଗିରଫ ହୋଇଛନ୍ତି ଘର ମାଲିକଙ୍କ ପୁଅ । ଦିଲ୍ଲୀ ଶିଖରପୁର ଅଞ୍ଚଳରୁ ଆସିଛି ଏହି ସଙ୍ଗୀନ ଅଭିଯୋଗ । ଅଭିଯୋଗ ଅନୁସାରେ ଶିଖରପୁର ଅଞ୍ଚଳରେ ଜଣେ ଆଇଏଏସ ଆଶାୟୀ ଯୁବତୀ ଏକାକୀ ଭଡ଼ାଘରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲେ । ହେଲେ ସେ ଜାଣିନଥିଲେ ବାଥରୁମରେ ଓ ବେଡ଼ ରୁମର ବଲବ ହୋଲଡରରେ ଗୁପ୍ତ କ୍ୟାମେରା ଖଞ୍ଜା ଯାଇଛି । ଆଉ ସେହି ସ୍ପାଏ କ୍ୟାମେରା ଜରିଆରେ ସଂପୃକ୍ତ ଆଇଏଏସ ଆଶାୟୀ ଯୁବତୀଙ୍କ ଗୋପନୀୟ ମୁହୂର୍ତକୁ ରେକର୍ଡ କରୁଥିଲା ଘର ମାଲିକଙ୍କ ପୁଅ । 

ଏପରିକି ପୀଡିତାଙ୍କ ହ୍ୱାଟ୍ସଆପ୍ ଉପରେ ନଜର ରଖିଥିଲା ଅଭିଯୁକ୍ତ । ଅଜଣା ଲ୍ୟାପଟପରେ ହ୍ୱାଟ୍ସଆପ୍ ଆକାଉଣ୍ଟ ଲଗଇନ୍ ହୋଇଥିବା ଜାଣିବା ପରେ ପୀଡିତା ତୁରନ୍ତ ଲଗଆଉଟ୍ କରିଥିଲେ । ଆଉ ସନ୍ଦେହରେ ନିଜ ରୁମର ଖାନତଲାସୀ କରିଥିଲେ । ଚାରିଆଡେ ଖୋଜାଖୋଜି କରିବା ପରେ ବାଥରୁମର ବଲବ ହୋଲଡର ଓ ବେଡରୁମର ବଲ୍ୱ ହୋଲଡରରେ ସ୍ପାଏ କ୍ୟାମେରା ଖଞ୍ଜାଯାଇଥିବା ଦେଖିଥିଲେ । ତୁରନ୍ତ ପୋଲିସକୁ ଜଣାଇବା ପରେ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । 

ସୂଚନା ଅନୁସାରେ ପୀଡିତା ଯୁବତୀ ଉତ୍ତରପ୍ରଦେଶର ବାସିନ୍ଦା । ସେ ଘରକୁ ଯିବା ବେଳେ ଘର ମାଲିକଙ୍କୁ ଘର ଚାବି ଦେଇ ଯାଇଥିଲେ । ସେହି ସୁଯୋଗରେ ଘର ମାଲିକଙ୍କ ପୁଅ ବେଡରୁମ ଓ ବାଥରୁମର ବଲବ ହୋଲଡରରେ ସ୍ପାଏ କ୍ୟାମେରା ଖଞ୍ଜିଥିବା ଜଣାପଡିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe