କନକ ବ୍ୟୁରୋ:  ବୋର୍ଡ ପରୀକ୍ଷା ନେଇ ସିବିଏସଇ ପକ୍ଷରୁ ବଡ଼ ସୂଚନା । ଦ୍ବାଦଶ ବୋର୍ଡ ପରୀକ୍ଷାରେ ସାମିଲ ହୋଇପାରିବେନି ଠକ ସ୍କୁଲର ଛାତ୍ରଛାତ୍ରୀ । ଆଫିଲିଏସନ୍‌ ନଥାଇ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଦ୍ବାଦଶ ବୋର୍ଡ ପରୀକ୍ଷା ଦେବାପାଇଁ ମିଳିବନି ଅନୁମତି। ଯେଉଁ ସ୍କୁଲ ଏଭଳି ପିଲାଙ୍କୁ ପରୀକ୍ଷା ପାଇଁ ରେଫର କରିବେ ସେମାନଙ୍କ ଉପରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Advertisment

ସିବିଏସଇ ପକ୍ଷରୁ ୨୦୨୪ ଡିସେମ୍ବରରେ ଦିଲ୍ଲୀ, ବେଙ୍ଗାଳୁରୁ, ବାରଣାସୀ, ବିହାର, ଗୁଜରାଟ ଏବଂ ଛତିଶଗଡ଼ର ୨୯ ସ୍କୁଲରେ ଡମି ଛାତ୍ରଙ୍କ ନାମାଙ୍କନ ନେଇ ଯାଞ୍ଚ କରାଯାଇଥିଲା । ଏନେଇ ବୋର୍ଡ ପକ୍ଷରୁ ଅନେକ ସ୍କୁଲକୁ ନୋଟିସ କରି ଜବାବ ମଗାଯାଇଥିଲା । ଏବେ ଏଭଳି ପିଲାମାନଙ୍କୁ ବୋର୍ଡ ପରୀକ୍ଷାରେ ବସିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛି ବୋର୍ଡ ।