କନକ ବ୍ୟୁରୋ: ଆସିଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ତାରିଖ । ଫେବ୍ରୁଆରୀ ୧୫ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୮ ତାରଖ ଯାଏଁ ଚାଲିବ ଦଶମ ପରୀକ୍ଷା । ସେହିଭଳି ଫେବ୍ରୁଆରୀ ୧୫ରୁ ଅପ୍ରେଲ ୪ ତାରିଖ ଯାଏଁ ଚାଲିବ ଦ୍ୱାଦଶ ପରୀକ୍ଷା । ଏହାପୂର୍ବରୁ ଆଜି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାଦଶ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା ହୋଇ ସାରିଛି ।
ଫେବ୍ରୁଆରି ୧୮ ତାରିଖରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅସିଲା ପରୀକ୍ଷା ସୂଚୀ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପିଲାଙ୍କ ବୋର୍ଡ ପରୀକ୍ଷା ଆରମ୍ଭ ହେବ । ଫେବ୍ରୁଆରି ୧୮ ତାରିଖରୁ ବିଜ୍ଞାନ ଛାତ୍ରଙ୍କ ପରୀକ୍ଷା ଆରମ୍ଭ ହେବ । ଫେବ୍ରୁଆରି ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ପରୀକ୍ଷା ଆରମ୍ଭ । ଫେବ୍ରୁଆରି ୧୮ରୁ ମାର୍ଚ୍ଚ ୨୭ ତାରିଖ ଯାଏଁ ଥିଓରୀ ପରୀକ୍ଷା । ଜାନୁଆରି ୨ରୁ ୧୨ତାରିଖ ଯାଏଁ ହେବ ପ୍ରାକ୍ଟିକାଲ ପରୀକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2024/11/20/0OkxKMZifr0QwvwEuU3y.jpg)