କନକ ବ୍ୟୁରୋ : କୋଲକାତା ଡାକ୍ତର ଦୁଷ୍କର୍ମ ମାମଲାରେ ସିବିଆର ବଡ଼ ଖୁଲାସା। ଫୋନରେ ଅନ୍ୟ କାହା ନିର୍ଦ୍ଦେଶ ପାଳନ କରୁଥିଲେ ଆରଜି କର ହସ୍ପିଟାଲର ପୂର୍ବ ଅଧ୍ୟକ୍ଷ ସନ୍ଦୀପ ଘୋଷ। ସିବିଆଇ କୋର୍ଟରେ ଦାଖଲ କରିଥିବା ରିପୋର୍ଟରୁ ଏହା ଜଣାପଡିଛି। ସେହି ବ୍ୟକ୍ତି ଜଣଙ୍କ କିଏ, ତାଙ୍କୁ ଧରିବାକୁ ସିବିଆଇ ଟିମ ତନାଘନା ଚଳାଇଛି। ସେପେଟ ଜିଦରେ ଅଟଳ ଡାକ୍ତର । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପରେ ବି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି। ୫ ଘଣ୍ଟିଆ ବୈଠକପରେ ଜୁନିୟର ଡାକ୍ତରଙ୍କ ଘୋଷଣା। ସେମାନଙ୍କ ସମସ୍ତ ଦାବି ପୂରଣ ନହେବା ପର୍ୟ୍ୟନ୍ତ ଏବଂ ସ୍ବାସ୍ଥ୍ୟ ସଚିବ ନହଟିବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ଡାକ୍ତର। ସେମାନେ ମଧ୍ୟ ସରକାରଙ୍କ ସହ ପୁଣିଥରେ କଥାବାର୍ତ୍ତା କରିବାକୁ ଚାହୁଁଥିବା କହିଛନ୍ତି। ଡାକ୍ତରମାନେ ଆଜି ୫ ଘଣ୍ଟିଆ ବୈଠକ କରିବାପରେ ଏହି ଘୋଷଣା କରିଛନ୍ତି । ଗତ ସୋମବାର ଆନ୍ଦୋଳନରତ ଡାକ୍ତର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାର ସେମାନଙ୍କର ଅଧିକାଂଶ ଦାବି ଗ୍ରହଣ କରିନେଇଛନ୍ତି । କିନ୍ତୁ ଆନ୍ଦୋଳନରତ ଡାକ୍ତର ସ୍ବାସ୍ଥ୍ୟ ସଚିବ ଏନଏସ୍ ନିଗମଙ୍କୁ ହଟାଇବାକୁ ଦାବି କରିଥିଲେ ସୁଦ୍ଧା ସରକାର ଏ ବାବଦରେ କୌଣସି ନିଷ୍ପତ୍ତି ଶୁଣାଇ ନଥିଲେ । ଗତକାଲି ଡାକ୍ତରମାନେ ସରକାରଙ୍କ ପାଖରେ ବିଭିନ୍ନ ନୂ୍ଆ ଦାବି ରଖିଥିଲେ ମଧ୍ୟ ସରକାର ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି ।
କୋଲକାତା ଡାକ୍ତର ଦୁଷ୍କର୍ମ ମାମଲାରେ ସିବିଆଇର ବଡ଼ ଖୁଲାସା । ଫୋନରେ ଅନ୍ୟ କାହା ନିର୍ଦ୍ଦେଶ ପାଳନ କରୁଥିଲେ ସନ୍ଦୀପ ଘୋଷ
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପରେ ବି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି। ୫ ଘଣ୍ଟିଆ ବୈଠକପରେ ଜୁନିୟର ଡାକ୍ତରଙ୍କ ଘୋଷଣା। ସେମାନଙ୍କ ସମସ୍ତ ଦାବି ପୂରଣ ନହେବା ପର୍ୟ୍ୟନ୍ତ ଏବଂ ସ୍ବାସ୍ଥ୍ୟ ସଚିବ ନହଟିବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ଡାକ୍ତର। ସେମାନେ ମଧ୍ୟ ସରକାରଙ୍କ ସହ ପୁଣିଥରେ କଥାବାର୍ତ୍ତା କରିବାକୁ ଚାହୁଁଥିବା କହିଛନ୍ତି। ଡାକ୍ତରମାନେ ଆଜି ୫ ଘଣ୍ଟିଆ ବୈଠକ କରିବାପରେ ଏହି ଘୋଷଣା କରିଛନ୍ତି
/kanak/media/media_files/T5EgEsyp2pbzHpOA8Gjv.jpg)