ତାମିଲନାଡ଼ୁ କରୁର ଦଳଚକଟା ଘଟଣାର ହେବ ସିବିଆଇ ତଦନ୍ତ : ସିବିଆଇ ତଦନ୍ତର ଅନୁଧ୍ୟାନ କରିବେ ତିନିଜଣିଆ କମିଟି

ତାମିଲନାଡୁ କରୁର୍ ଦଳାଚକଟା ଘଟଣାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।   ସୁପ୍ରିମକୋର୍ଟର ଜଣେ  ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତିନିଜଣିଆ କମିଟି ତଦନ୍ତର ଅନୁଧ୍ୟାନ କରିବେ

23

Photograph: (kanaknews)

କନକବ୍ୟୁରୋ : ତାମିଲନାଡୁ କରୁର୍ ଦଳାଚକଟା ଘଟଣାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।   ସୁପ୍ରିମକୋର୍ଟର ଜଣେ  ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତିନିଜଣିଆ କମିଟି ତଦନ୍ତର ଅନୁଧ୍ୟାନ କରିବେ ।   ଗତ ସେପ୍ଟେମ୍ବର ୨୭ ତାରିଖରେ ତାମିଲନାଡୁର କରୁରରେ ଅଭିନେତାରୁ ନେତା ବନିଥିବା ଟିଭିକେ ମୁଖ୍ୟ ଥାଲାପତି ବିଜୟଙ୍କ ବିଶାଳ ରାଲିରେ ଦଳାଚକଟା ହୋଇଥିଲା ।  

ଏଥିରେ ୪୧ ଜଣ ପ୍ରାଣ ହରାଇଥିଲେ ଓ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ ।  ୧୦ ହଜାର ଲୋକ ଏକାଠି ହୋଇପାରିବା ଭଳି ଜାଗାରେ ୩୦ ହଜାରରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ । ସମାବେଶ ସ୍ଥଳରେ ଦଳାଚକଟା ହୋଇଥିଲା । ଘଟଣାର ସିବିଆଇ ତଦନ୍ତ ପାଇଁ ପ୍ରଥମେ ମାଡ୍ରାସ ହାଇକୋର୍ଟରେ କିଛି ଲୋକ ଆବେଦନ କରିଥିଲେ ।  ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରି ଏସଆଇଟି ଗଠନ କରିଥିଲେ ।  ପରେ ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।  ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ଆଦେଶ ଦେଇଛନ୍ତି ।  ତିନିଜଣିଆ କମିଟି ତଦନ୍ତର ଅନୁଧ୍ୟାନ କରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe