ସିବିଆଇ ଘାଣ୍ଟିବ ଘଟଗାଁରୁ, ୩୩ ମାମଲା ପାଇଁ ଅଡ଼ୁଆରେ ୩୦ ଥାନା

Advertisment

୩୦ଟି ଥାନାରେ, ୩୩ଟି ବୀମା ଜାଲିଆତି ମାମଲାକୁ ନେଇ ଘାଣ୍ଟିବ ସିବିଆଇ ଟିମ୍। ୩୩ ଜଣ ତଦନ୍ତକାରୀ ଅଧିକାରୀଙ୍କୁ ଝାଳିବୁହା ଜେରା ସହ, ବୀମା ଏଜେଣ୍ଟଙ୍କୁ ବି ପଚରା ଉଚରା କରାଯିବ। ବୀମା ଟଙ୍କା ପାଇଥିବା ବ୍ୟକ୍ତି ବିଶେଷଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। 

୩୦ଟି ଥାନାରେ, ୩୩ଟି ବୀମା ଜାଲିଆତି ମାମଲାକୁ ନେଇ ଘାଣ୍ଟିବ ସିବିଆଇ ଟିମ୍। ୩୩ ଜଣ ତଦନ୍ତକାରୀ ଅଧିକାରୀଙ୍କୁ ଝାଳିବୁହା ଜେରା ସହ, ବୀମା ଏଜେଣ୍ଟଙ୍କୁ ବି ପଚରା ଉଚରା କରାଯିବ। ବୀମା ଟଙ୍କା ପାଇଥିବା ବ୍ୟକ୍ତି ବିଶେଷଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। 

Insurance money

କନକ ବ୍ୟୁରୋ: ସେଦିନ ଥିଲା ୨୦୧୮ ମସିହା ଜୁଲାଇ ୨୪ ତାରିଖ । ଓଡି ୦୨ ଏଡବ୍ଲ୍ୟୁ ୬୮୫୫ ନମ୍ବର ଥିବା ଏକ ଗାଡ଼ି ଧକ୍କାରେ କେଉଁଝର ଜିଲ୍ଲା ଘଟଗାଁ ଥାନା ଅଧୀନ କୁମାରୀ ଅମ୍ବିକା ଦାସଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମାଆ ହୀରାମଣି ଦାସଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା । ଝିଅର ମୃତ୍ୟୁ ପରେ, ବୀମା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ପାଇଥିଲେ । ଆଉ ଯାହାକୁ ନେଇ ବୀମା ଜାଲିଆତି ସନ୍ଦେହ କରିଥିଲା ବୀମା କମ୍ପାନି । ହାଇକୋର୍ଟଙ୍କ ଦ୍ବାରସ୍ଥ ପରେ, ନିରପେକ୍ଷ ଓ ସ୍ବଚ୍ଛ ତଦନ୍ତ ପାଇଁ ସିବିଆଇକୁ ତଦନ୍ତ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ବୀମା ଟଙ୍କା ପାଇଥିବା ଏହି ପରିବାରଙ୍କ ଠାରୁ ତଦନ୍ତ ଆରମ୍ଭ କରିବ ସିବିଆଇ ଟିମ୍ ।
 
ସେପଟେ ଓଡ଼ିଶା ପୁଲିସକୁ ଜେରା କରିବ ସିବିଆଇ । ୩୦ଟି ଥାନାରେ, ୩୩ଟି ବୀମା ଜାଲିଆତି ମାମଲାକୁ ନେଇ ଘାଣ୍ଟିବ ସିବିଆଇ ଟିମ୍ । ୩୩ ଜଣ ତଦନ୍ତକାରୀ ଅଧିକାରୀଙ୍କୁ ଝାଳିବୁହା ଜେରା ସହ, ବୀମା ଏଜେଣ୍ଟଙ୍କୁ ବି ପଚରା ଉଚରା କରାଯିବ । ବୀମା ଟଙ୍କା ପାଇଥିବା ବ୍ୟକ୍ତି ବିଶେଷଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଏନେଇ ୨୪ଟି ମାମଲାର ଫାଇଲ ଖୋଲିଥିବା ସିବିଆଇ ସୂଚନା ଦେଇଛି । ତେବେ ଏହି ଫାଇଲ ଖୋଲିଲେ, ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ପାଇଁ ଅଡୁଆ ବଢିବ ବୋଲି କହିଛନ୍ତି ଆଇନଜୀବୀ ।
 
କିଏ, କେମିତି ଓ କେଉଁ ଉପାୟରେ ଖାଇଛନ୍ତି ବୀମା ଟଙ୍କା ? ବୀମା ଟଙ୍କା ହଡ଼ପ ପାଇଁ କେମିତି ହୁଏ ଚକ୍ରାନ୍ତ ?  କେମିତି ବୀମା କମ୍ପାନିକୁ ଶୋଷି ମିଲି ଭଗତରେ ଚାଲେ ଟଙ୍କା ଭାଗବଣ୍ଟା ? ସେନେଇ ଗୋଟି ଗୋଟି କରି ଗୋହି ଖୋଳିବ ସିବିଆଇ। ତଦନ୍ତ ପରେ ହିଁ ସେସବୁର ପୋଲ ଖୋଲିବ ସିବିଆଇ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe