ନାକ୍ ରେଟିଂ କେଳେଙ୍କାରୀ । ୧୦ ଜଣଙ୍କୁ ବାନ୍ଧିଲା ସିବିଆଇ ।

Advertisment

ନାକ୍ ମାନ୍ୟତା ପାଇଁ ଲାଞ୍ଚ ନେବା ମାମଲାରେ ଘାଣ୍ଟିଛି ସିବିଆଇ । ଓଡ଼ିଶା ସମେତ ଦେଶର ୧୦ଟି ସ୍ଥାନରେ ସିବିଆଇ ରେଡ୍ କରିଛି । ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କ ସହ ୧୦ ଜଣଙ୍କୁ ବାନ୍ଧିଛି । 

ନାକ୍ ମାନ୍ୟତା ପାଇଁ ଲାଞ୍ଚ ନେବା ମାମଲାରେ ଘାଣ୍ଟିଛି ସିବିଆଇ । ଓଡ଼ିଶା ସମେତ ଦେଶର ୧୦ଟି ସ୍ଥାନରେ ସିବିଆଇ ରେଡ୍ କରିଛି । ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କ ସହ ୧୦ ଜଣଙ୍କୁ ବାନ୍ଧିଛି । 

38-NAAC

କନକ ବ୍ୟୁରୋ: ବିଶ୍ବବିଦ୍ୟାଳୟକୁ ନାକ୍ ମାନ୍ୟତା ପାଇଁ ଲାଞ୍ଚ ନେବା ମାମଲାରେ ଘାଣ୍ଟିଛି ସିବିଆଇ । ଓଡ଼ିଶା ସମେତ ଦେଶର ୧୦ଟି ସ୍ଥାନରେ ସିବିଆଇ ରେଡ୍ କରିଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କ ସହ ୧୦ ଜଣଙ୍କୁ ବାନ୍ଧିଛି। ନାକ୍ ରେଟିଂ ଦେବା ପାଇଁ ବଡ଼ଧରଣର ଲାଞ୍ଚ କାରବାର ହୋଇଥିବା ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା। 

 
ନାକ୍ ମାନ୍ୟତା ପାଇଁ ଲାଞ୍ଚ ନେବା ମାମଲାରେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଛାପା ମାରିଛି ସିବିଆଇ। ଓଡ଼ିଶା ସମେତ ଚେନ୍ନାଇ, ବାଙ୍ଗାଲୋର, ବିଜୟୱାଡା, ସମ୍ବଲପୁର, ପାଲମୁ, ଭୋପାଳ, ଦିଲ୍ଲୀ ଆଦି ଅଞ୍ଚଳରେ ରେଡ୍‌ ହୋଇଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣାଙ୍କୁ ବାନ୍ଧିଛି ସିବିଆଇ। ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରର ଏକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବା ପାଇଁ ବଡ଼ଧରଣର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ରହିଛି। ସେହି ଅଭିଯୋଗ ଆଧାରରେ ଦେଶର ୧୦ଟି ବିଶ୍ୱବିଦ୍ୟାଳୟରେ ଛାନ୍‌ଭିନ୍ କରିଛନ୍ତି ସିବିଆଇ ଅଧିକାରୀ। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପହଞ୍ଚି ଖୋଳତାଡ଼ କରିଛନ୍ତି। ଦୀର୍ଘ ସମୟ ଧରି ଯାଞ୍ଚ ପରେ ଜ୍ୟୋତିବିହାର ପ୍ରଫେସର ଡକ୍ଟର ବୁଲୁ ମହାରଣାଙ୍କୁ ଗିରଫ କରିଛନ୍ତି ତଦନ୍ତକାରୀ ଅଧିକାରୀ। ତାଙ୍କ ସରକାରୀ ବାସଭବନକୁ ସିଲ୍ କରିବା ସହିତ କବାଟରେ ଏକ ନୋଟିସ୍ ମାରିଛନ୍ତି। 


ତେବେ କାହିଁକି ଗିରଫ ହେଲେ ପ୍ରଫେସର ବୁଲୁ ମହାରଣା? ତାଙ୍କ ବିରୋଧରେ କ’ଣ ରହିଛି ମାମଲା? ଶିକ୍ଷାନୁଷ୍ଠାନକୁ ନାକ୍ ମାନ୍ୟତା ଦେବା ପାଇଁ ଗଠିତ ୧୦ ଜଣିଆ ଟିମର ସଦସ୍ୟ ଥିଲେ ବୁଲୁ ମହାରଣା। ଆନ୍ଧ୍ର ଗୁଣ୍ଟୁରସ୍ଥିତ ଏକ ଶିକ୍ଷାନୁଷ୍ଠାନକୁ ‘ଏ’ ପ୍ଲସ୍ ପ୍ଲସ୍ ମାନ୍ୟତା ଦେଇଥିଲା କମିଟି। ଏହା ପଛରେ ବଡ଼ଧରଣର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଥିଲା। ସିବିଆଇ ଘଟଣାର ତଦନ୍ତ କରି ନଗଦ ୩୭ ଲକ୍ଷ ଟଙ୍କା, ୬ଟି ଲାପଟପ୍, ସୁନା କଏନ୍, ଆଇ ଫୋନ୍ ଜବତ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe