ରାଜଧାନୀରେ ମର୍ସିଡିଜରୁ ଟଙ୍କା ମିଳିବା ଘଟଣା; ସମ୍ପୃକ୍ତ କଣ୍ଟ୍ରାକ୍ଟରଙ୍କ ଅଫିସ ସିଲ କଲା ସିବିଆଇ

ଭୁବନେଶ୍ବରରେ ମର୍ସିଡିଜ କାରରୁ ୧୦ ଲକ୍ଷ ଟଙ୍କା ମିଳିବା ଘଟଣା । ଗିରଫ ସୁପର କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କ ଅଫିସ ସିଲ୍‌ କଲା ସିବିଆଇ। ଖାନତଲାସି ବେଳେ ମିଳିଲା ଟେଣ୍ଡର କାଗଜପତ୍ର, ବିଲ୍‌ ଭଳି ଜରୁରୀକାଳୀନ ଦସ୍ତାବିଜ ।

1ହେଜାନଦ

କନକ ବ୍ୟୁରୋ : ଭୁବନେଶ୍ବରରେ ମର୍ସିଡିଜ କାରରୁ ୧୦ ଲକ୍ଷ ଟଙ୍କା ମିଳିବା ଘଟଣାରେ ସିବିଆଇର ଖୋଳତାଡ । ଗିରଫ ଅଭିଯୁକ୍ତ ସୁପର କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କ ଅଫିସକୁ ସିଲ କରିଛି ସିବିଆଇ । ଆଦିତ୍ୟ ଦେବ ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ ଅଫିସ ଭିତରେ ପଶି ଖାନତଲାସି କରିଛି ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ ଟିମ୍ । ଅଫିସ ଭିତରୁ ଜରୁରୀକାଳୀନ ଦସ୍ତାବିଜ ସହ ବହୁ ଟେଣ୍ଡର କାଗଜପତ୍ର, ବିଲ୍‌ ଇତ୍ୟାଦି ଜବତ କରିଛି । ତେବେ ସରକାରୀ ବାବୁଙ୍କ ସହ କଣ୍ଟ୍ରାକ୍ଟରଙ୍କ ଲିଙ୍କର ଗୁମର ଖୋଲିବାକୁ ଏହି ଚଢାଉ କରାଯାଇଥିବା ସିବିଆଇ ପକ୍ଷରୁ ସୂଚନା ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe