ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍ ; ମହାଦେବ ବେଟିଂ ଆପ୍‌ ମାମଲାରେ ତନାଘନା

ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍ । ଭୂପେଶ ବଘେଲଙ୍କ ରାୟପୁର ଓ ଭିଲାଇ ସ୍ଥିତ ବାସଭବନରେ ଚଢ଼ାଉ । ମହାଦେବ ବେଟିଂ ଆପ୍‌ ମାମଲାରେ କେନ୍ଦ୍ରୀୟ ସଂସ୍ଥାର ତନାଘନା।

Bhupesh Baghel

Bhupesh Baghel Photograph: (Kanaknews)

କନକ ବ୍ୟୁରୋ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାସଭବନରେ ସିବିଆଇ । ମହାଦେବ ବେଟିଂ ଆପ୍ ମାମଲାରେ ସିବିଆଇ କଂଗ୍ରେସ ମହାସଚିବ ତଥା ଛତିଶଗଡ଼ ପୂର୍ବତନ  ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଚଢାଉ କରିଛି । 

ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ ଏକ ବୈଠକରେ ଯୋଗଦେବା ପୂର୍ବରୁ ସିବିଆଇର ଅଧିକାରୀମାନେ ରାୟପୁର ଏବଂ ଭିଲାଇରେ ପହଞ୍ଚିଥିଲେ ।  ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ୮ ଏବଂ ୯ ଏପ୍ରିଲରେ ଅହମ୍ମଦାବାଦରେ ଅନୁଷ୍ଠିତ ହେବାକୁ ଥିବା ଏଆଇସିସି ବୈଠକ ପାଇଁ ଗଠିତ "ଡ୍ରାଫ୍ଟିଂ କମିଟି"ର ବୈଠକ ପାଇଁ ଆଜି ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ମଧ୍ୟ ସିବିଆଇ ରାୟପୁର ଏବଂ ଭିଲାଇ ବାସଭବନରେ ପହଞ୍ଚିଛି । ମାର୍ଚ୍ଚ ୧୦ ତାରିଖରେ ସମାନ ମାମଲା ସହିତ ଜଡିତ ଦୁର୍ଗ ଜିଲ୍ଲାର ୧୪ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢଉ କରାଯିବାର କିଛି ଦିନ ପରେ ସିବିଆଇ ଚଢଉ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe