କନକ ବ୍ୟୁରୋ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାସଭବନରେ ସିବିଆଇ । ମହାଦେବ ବେଟିଂ ଆପ୍ ମାମଲାରେ ସିବିଆଇ କଂଗ୍ରେସ ମହାସଚିବ ତଥା ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଚଢାଉ କରିଛି ।
ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ ଏକ ବୈଠକରେ ଯୋଗଦେବା ପୂର୍ବରୁ ସିବିଆଇର ଅଧିକାରୀମାନେ ରାୟପୁର ଏବଂ ଭିଲାଇରେ ପହଞ୍ଚିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ୮ ଏବଂ ୯ ଏପ୍ରିଲରେ ଅହମ୍ମଦାବାଦରେ ଅନୁଷ୍ଠିତ ହେବାକୁ ଥିବା ଏଆଇସିସି ବୈଠକ ପାଇଁ ଗଠିତ "ଡ୍ରାଫ୍ଟିଂ କମିଟି"ର ବୈଠକ ପାଇଁ ଆଜି ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ମଧ୍ୟ ସିବିଆଇ ରାୟପୁର ଏବଂ ଭିଲାଇ ବାସଭବନରେ ପହଞ୍ଚିଛି । ମାର୍ଚ୍ଚ ୧୦ ତାରିଖରେ ସମାନ ମାମଲା ସହିତ ଜଡିତ ଦୁର୍ଗ ଜିଲ୍ଲାର ୧୪ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢଉ କରାଯିବାର କିଛି ଦିନ ପରେ ସିବିଆଇ ଚଢଉ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/26/UFRyaiU0Sw8zZnR0BkM7.jpg)