କନକ ବ୍ୟୁରୋ: ବରସୁଆଁ ଲୁହାପଥର ଖଣିରେ ସିବିଆଇ ରେଡ୍ । କୋଇଡା ଟେନସା ସ୍ଥିତ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୁହାପଥର ଖଣିରେ ଏହି ଚଢ଼ାଉ ହୋଇଛି। ଶହ ଶହ କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ରହିଛି। ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସିବିଆଇକୁ କେସ୍ ହସ୍ତାନ୍ତର କରାଯାଇଥିଲା। ଏହାପରେ ୩ ଦିନ ହେବ ସିବିଆଇ ପକ୍ଷରୁ ଖୋଳତାଡ ଚାଲିଛି। ଏହି ମାମଲାରେ ସଂପୃକ୍ତ ଥିବା ସମସ୍ତ ଅଧିକାରୀଙ୍କୁ ଜେରା ପାଇଁ ଆଜି ସିବିଆଇ ପକ୍ଷରୁ ଡକାଯାଇଛି । ଏଥିରେ ପୂର୍ବତନ କାର୍ଯ୍ୟକାରୀ ନିର୍ଦ୍ଦେଶକ ପି.କେ ରଥଙ୍କ ସମେତ ଖଣି ମ୍ୟାନେଜର ସୁନନ୍ଦ ପରିଡ଼ା, ବି ଆର୍ ମଣ୍ଡଳ, ପି.ସି ବରୁଆଙ୍କୁ ଜେରାର ସମ୍ମୁଖୀନ ହେବେ ବୋଲି ଜଣା ପଡିଛି।
ବରସୁଆଁ ଲୁହାପଥର ଖଣିରେ ସିବିଆଇ ରେଡ୍ । ଶହ ଶହ କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ
ବରସୁଆଁ ଲୁହାପଥର ଖଣିରେ ସିବିଆଇ ରେଡ୍ । କୋଇଡା ଟେନସା ସ୍ଥିତ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୁହାପଥର ଖଣିରେ ଏହି ଚଢ଼ାଉ ହୋଇଛି। ଶହ ଶହ କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ରହିଛି।
/kanak/media/media_files/4rmcSJ38GB4apTzuyXLb.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)