ନାକ୍ ରେଟିଂ ପାଇଁ ଲାଞ୍ଚ ମାମଲା ;  ସମ୍ବଲପୁର ୟୁନିଭର୍ସିଟି ପ୍ରଫେସରଙ୍କ ଘରେ ସିବିଆଇ

ନାକ୍ ରେଟିଂ ପାଇଁ ଲାଞ୍ଚ ମାମଲା । ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରଫେସର ଡକ୍ଟର ବୁଲୁ ମହାରଣାଙ୍କ ସରକାରୀ ବାସଭବନରେ ସିବିଆଇ ରେଡ୍‌  । ଘରୋଇ ବିଶ୍ବବିଦ୍ୟାଳୟର ରେଟିଂ ପାଇଁ ଲାଞ୍ଚ ନେଇ ହୋଇଛନ୍ତି ଗିରଫ । 

CBI

CBI Photograph: (kanakNews)

କନକ ବ୍ୟୁରୋ: ବୁର୍ଲାରେ ସିବିଆଇ ଟିମ୍। ବୁର୍ଲା ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ରେଡ୍ । ୫ଜଣିଆ ସିବିଆଇ ଟିମ୍ ଆସି ଛାନଭିନ କରୁଛନ୍ତି । ନାକ୍ ଟିମରେ ବୁଲୁ ମହାରଣା ସାମିଲ ଥିବାବେଳେ ସେ ସିବିଆଇ ଦ୍ବାରା ଗିରଫ ହୋଇଛନ୍ତି । ଫଳରେ ସେହିଦିନ ହିଁ ସିବିଆଇ ବୁଲୁ ମହାରଣାଙ୍କ ଘର ସିଲ କରିଥିଲା । ଆଜି ସିବିଆଇର ୫ ଜଣିଆ ଟିମ୍ ଏହି ଚଢାଉ କରୁଛନ୍ତି। 

ଘରୋଇ ବିଶ୍ବବିଦ୍ୟାଳୟକୁ ରେଟିଂ ଦେବାପାଇଁ ପ୍ରଫେସର ବୁଲୁ ମହାରଣା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଏହି ଆଧାରରେ ବୁଲୁ ମହାରଣାଙ୍କ ସମେତ ୧୦ଜଣଙ୍କୁ ଗିରଫ କରାଯାଇଛି । ୨ ଦିନ ତଳେ ଦେଶର ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ସିବିଆଇ ଚଢ଼ାଉ କରିଥିଲା । ଓଡ଼ିଶା ସମେତ ଚେନ୍ନାଇ, ବାଙ୍ଗାଲୋର, ବିଜୟ ୱାଡା, ସମ୍ବଲପୁର, ପାଲମୁ, ଭୋପାଳ ଦିଲ୍ଲୀ ଆଦି ଅଞ୍ଚଳରେ ରେଡ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe