IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ ; ସକାଳ ୭ଟାରୁ ମାରାଥନ୍ ରେଡ୍

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ପଡିଛି ସିବିଆଇ ରେଡ୍ । ଆଜି ସକାଳ ୭ଟାରୁ ୮ ଜଣିଆ ସିବିଆଇ ଟିମ୍ କରୁଛି ମାରାଥନ୍ ରେଡ୍।

bishnupada sethi

bishnupada sethi Photograph: (kanakNews)

କନକ ବ୍ୟୁରୋ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ପଡିଛି ସିବିଆଇ ରେଡ୍ । ଆଜି ସକାଳ ୭ଟାରୁ ୮ ଜଣିଆ ସିବିଆଇ ଟିମ୍ କରୁଛି ମାରାଥନ୍ ରେଡ୍। ଟେଣ୍ଡର ଫିକ୍ସିଂରେ ବ୍ରିଜ୍ ଆଣ୍ଡ କମ୍ପାନୀକୁ ସ୍ବତନ୍ତ୍ର ଅନୁକମ୍ପା ଦେଖାଇଥିବା ଅଭିଯୋଗକରେ ବିଷ୍ଣୁପଦଙ୍କ ଘରେ ରେଡ୍ ପଡିଥିବା ସୂଚନା ରହିଛି। 

ବିଷ୍ଣୁପଦଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ଭବନରେ ଚାଲିଛି ରେଡ୍। ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ଏବେ ବ୍ରିଜ୍ ଆଣ୍ଡ୍ କମ୍ପାନୀକୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତନାଘନା ଚାଲିଛି । ପୂର୍ବରୁ ତାଙ୍କୁ ସବିଆଇ ପକ୍ଷରୁ ଡାକରା ଆସିଥିବାବେଳେ ସେ କିନ୍ତୁ ଯାଇ ହାଜର ହୋଇନଥିଲେ। ଏବେ ଖୋଦ୍ ସିବିଆଇ ତାଙ୍କ ଘରେ ରେଡ ପକାଇଛି।   କିନ୍ତୁ ସବୁ ଅଭିଯୋଗକୁ ଗଣମାଧ୍ୟମ ଆଗରେ ଖଣ୍ଡନ କରିଛନ୍ତି ଖୋଦ୍ ବିଷ୍ଣୁପଦ। ସେ କହିଛନ୍ତି, ମୁଁ ଗତ ୩୦ ବର୍ଷ ହେଲା ଓଡିଶା ସରକାରରେ ନିଷ୍ଠାର ସହ କାମ ମରିଛି । କେବେ କୌଣସି କାମରେ ଖିଲାପ କରିନାହିଁ । ଏବେ ସିବିଆଇ ମୋ ଉପରେ ଯେଉଁସବୁ ଅଭିଯୋଗ ଆଣୁଛି ସେସବୁ ଭିତ୍ତିହୀନ  ବରଂ ତାଙ୍କୁ ଅଯଥା ସମସ୍ୟାରେ ପକାଇବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ବିଷ୍ଣୁପଦ । ତାଙ୍କୁ ମାନସିକ ହଇରାଣ କରାଯାଉଥିବା ସେ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe