କନକ ବ୍ୟୁରୋ: କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଅଭିଯୁକ୍ତ ସନ୍ଦୀପ ଘୋଷ ନାଁରେ ସଂଗୀନ ଅଭିଯୋଗ ଆଣିଛି ସିବିଆଇ । ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ କୌଣସି ପ୍ରକାର ଏଫଆଇଆର ରୁଜୁ କରାଯାଉ ବୋଲି ଚାହୁଁନଥିଲେ କଲେଜର ପୂର୍ବତନ ଅଧ୍ୟକ୍ଷ । ଏଥିସହ ପୁଲିସକୁ ଭୁଆଁ ବୁଲାଇବାକୁ ଓ ସତ ଲୁଚାଇବାକୁ ସବୁପ୍ରକାର କସରତ କରିଥିବା ମଧ୍ୟ ସିବିଆଇ ଦାବି କରିଛି । ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଆଧାରରେ ଏହି ଦାବି କରିଛି ସିବିଆଇ
ସତ ଲୁଚାଇଥିଲେ ସନ୍ଦୀପ!
ମାମଲା ସମ୍ବନ୍ଧରେ ସୂଚନା ମିଳିବା ପରେ ତୁରନ୍ତ ଆସିନଥିଲେ
ମାମଲା ସମ୍ବନ୍ଧରେ ଓକିଲଙ୍କ ସହ ପରାମର୍ଶ ନେଇଥିଲେ
ଏଫଆଇଆର ରୁଜୁ ପାଇଁ ଓକିଲ ପରାମର୍ଶ ଦେଇଥିଲେ
ତଥାପି ସନ୍ଦୀପ ଏଫଆଇଆରରୁଜୁ କରିନଥିଲେ
ପରେ ସହଯୋଗୀ ଆତ୍ମହତ୍ୟା ମାମଲା ରୁଜୁ କରିଥିଲେ
ପୁଲିସ ଅଧିକାରୀ ଅଭିଜିତ ମଣ୍ଡଳଙ୍କ ସହ ସର୍ମ୍ପକରେ ଥିଲେ
ଭୁଆଁ ବୁଲାଇବାକୁ ମିଛ ବୟାନ ଦେଉଛନ୍ତି ସନ୍ଦୀପ
Follow Us