କନକ ବ୍ୟୁରୋ : ଏସ୍ଆଇ ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ । କାହାର ରହିଛି ସଂପୃକ୍ତ ଏନେଇ ହେବ ଖୋଳତାଡ଼ । ହେଲ୍ପ ଲାଇନ ନମ୍ବର ଜାରି କଲା ଓଡ଼ିଶା ପୁଲିସ । ସେପଟେ ସ୍ଥଗିତ ରହିଛି ପୁଲିସ ଏସ୍ଆଇ ପରୀକ୍ଷା । ଲିଖିତ ପରୀକ୍ଷା ସ୍ଥଗିତ ରହିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ଏବଂ ପରବର୍ତ୍ତୀ ପରୀକ୍ଷା ତାରିଖ ନେଇ ଓପିଆରବି ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି । ତେବେ ପୁଲିସ୍ ଏସଆଇ ପରୀକ୍ଷାରେ ଜାଲିଆତି ହୋଇଥିବା ନେଇ ଖବର ସାମ୍ନାକୁ ଆସିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ମିଳିଥିବା ସୂଚନା ମୁତାବକ, ୧୨୦ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରରୁ ଉଠାଇ ଆଣିଥିଲା ପୁଲିସ । ବ୍ରହ୍ମପୁରକୁ ଏହି ଛାତ୍ରମାନଙ୍କୁ ଆଣି ପୁଲିସ ପଚରାଉଚୁରା କରୁଛି ।
ଏସ୍ଆଇ ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣା ; କାହାର ରହିଛି ସଂପୃକ୍ତ ହେବ କ୍ରାଇମବ୍ରାଞ୍ଚ ତଦନ୍ତ
ଏସ୍ଆଇ ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ । କାହାର ରହିଛି ସଂପୃକ୍ତ ଏନେଇ ହେବ ଖୋଳତାଡ଼ । ହେଲ୍ପ ଲାଇନ ନମ୍ବର ଜାରି କଲା ଓଡ଼ିଶା ପୁଲିସ ।
/kanak/media/media_files/2025/09/30/2-2025-09-30-17-04-01.jpg)