କନକ ବ୍ୟୁରୋ :  କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି କାଗଜପତ୍ର ହସ୍ତାନ୍ତର କରିଛି ଏସଆଇଟି। ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଆର୍ଥିକ ଅନିୟମିତତା ଅଭିଯୋଗ ସମ୍ପର୍କିତ ତ୍ୟ ସିବିଆଇକୁ ଦିଆଯାଇଛି। ସେପଟେ ମୁଖ୍ୟ ଅଭିଯୁକ୍ତ ସଂଜୟ ରୟ ସହ ଅନ୍ୟ୬ ଜଣଙ୍କର ପଲିଗ୍ରାଫ ଟେଷ୍ଟ କରାଯାଇଛି। ସଂଜୟର ପଲିଗ୍ରାଫ ପରୀକ୍ଷା ଜେଲରେ କରାଯାଇଥିବା ବେଳେ ଅନ୍ୟ ୬ ଜଣଙ୍କ ସିବିଆଇ କାର୍ୟ୍ୟାଳୟରେ କରାଯାଇଛି। ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ, ଘଟଣା ଦିନ ଡ୍ୟୁଟିରେ ଥିବା ୪ ଜଣ ଡାକ୍ତର ଓ ଅନ୍ୟ ଜଣେ ସିଭିଲ ଭଲ୍ୟୁଂଟରଙ୍କ ପରୀକ୍ଷା କରାଯାଇଛି। ଏଥିପାଇଁ ଦିଲ୍ଲୀସ୍ଥିତ ସେଂଟ୍ରାଲ ଫରେନ୍ସିକ ସାଇନ୍ସ ଲାଇବ୍ରେରୀ, ସିଏଫଏସଲର ଏକ ଦଳ କୋଲକାତାରେ ଅଛି।  

ସିବିଆଇ ମାମଲାର ଜୋରଦାର ଖୋଳତାଡ଼ କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସଂଜୟ ରୟକୁ ୧୪ ଦିନିଆ ରିମାଣ୍ଡରେ ନେଇଛି। ସିଆଲଦା କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି। ସେପ୍ଟେମ୍ବର ୬ଯାଏଁ ସିବିଆଇ ହାଜତରେ ରହିବ ସଂଜୟ। ଏହି ସମୟ ଭିତରେ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି। ଅନ୍ୟପଟେ ତଦନ୍ତ ମନ୍ଥର ଗତିରେ ଚାଲିଥିବା ନେଇ ଅଭିଯୋଗ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ପୀଡ଼ିତାଙ୍କ ପରିବାର। 

ତିନି ସପ୍ତାହ ଭିତରେ ରିପୋର୍ଟ ଦେବାକୁ ସିବିଆଇକୁ କୁହାଯାଇଛି। ସେପ୍ଟେମ୍ବର ୧୭ ସୁଦ୍ଧା ଏହି ରିପୋର୍ଟ ଦେବାକୁ ହେବ। ଅଗଷ୍ଟ ୯ରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ମୃତଦେହ ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ସେମିନାର ହଲରୁ ଉଦ୍ଧାର ହୋଇଥିଲା। ଏବେ ଏହି ହସ୍ପିଟାଲ ପୁରା ଦେଶ ନଜରରେ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିଆଇଏଫ ଏବେ ଏହାର ସୁରକ୍ଷା ଦାୟିତ୍ବ ନେଇଛି।