ବିଷ୍ଣୁପଦଙ୍କ ଘରେ ଦୀର୍ଘ ୧୬ ଘଣ୍ଟା ରେଡ୍ କଲା ସିବିଆଇ ; ଗୁଡେଇତୁଡେଇ ପଚାରିଲା ପ୍ରଶ୍ନ

ଆଇଏଏସ  ବିଷ୍ଣୁପଦ ସେଠୀଙ୍କ ସରକାରୀ ଘରେ ରେଡ୍ । ୧୬ ଘଂଟା ଧରି ଚଢ଼ାଉ କଲା ସିବିଆଇ । ତଦନ୍ତକାରୀ ଦଳ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିଥିବା ସୂଚନା । କିଛି କାଗଜପତ୍ର ବି ଜବତ କରି ନେଲା ସିବିଆଇ ଟିମ୍ ।  

CBI----

CBI---- Photograph: (KanakNews)

କନକ ବ୍ୟୁରୋ:   ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘର ଓ ସରକାରୀ ବାସଭବନରେ ଦିଲ୍ଲୀ ସିବିଆଇର ୮ ରୁ ୧୦ ଜଣିଆ ଟିମର ରେଡ୍‌ । ସକାଳ ୭ରୁ ତଦନ୍ତ ଆରମ୍ଭ କରିଥିଲା ସିବିଆଇ। ପ୍ରାୟ ୧୬ ଘଣ୍ଟା ଧରି ଚାଲିଥିଲା ରେଡ। 

ବ୍ରିଜ ଏଣ୍ଡ ରୁଫ କମ୍ପାନୀର ଅଧିକାରୀ ଚଞ୍ଚଲ ମୁଖାର୍ଜୀଙ୍କୁ ନେଇ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ କରିଛି ମାରାଥନ ଜେରା । ଲୋକସେବା ଭବନକୁ ଚଞ୍ଚଲ ମୁର୍ଖାଜୀଙ୍କର ଥିଲା ଅବାଧ ପ୍ରବେଶ ବୋଲି ମତା ଦେଇଥିଲେ ବିଷ୍ଣୁପଦ। ଏହାସହ ଏସସି ଏସଟି ଡିପାର୍ଟମେଣ୍ଟକୁ ସେ ବହୁ ଆରାମରେ ଯାଇପାରୁଥିଲେ ବୋଲି ଗତକାଲି ମତ ରଖିଥିଲେ । ତେବେ ଚଞ୍ଚଲଙ୍କ ସହ ତାଙ୍କର ସଂପର୍କ ଓ ଟେଣ୍ଡର ଫିକ୍ସିଂ ଆଉ ଲାଞ୍ଚ ଆଦି ବିଷୟରେ ଜେରା କରିଛି ସିବିଆଇ । ତେବେ ୧୬ ଘଣ୍ଟିଆ ଜେରାକୁ ନେଇ ବିଷ୍ଣୁପଦ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ତାଙ୍କ ଓକିଲ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କ୍ଲାଏଣ୍ଟଙ୍କୁ ହଇରାଣ କରାଯାଉଛି ବୋଲି କହିଛନ୍ତି ବିଷ୍ଣୁପଦଙ୍କ ଓକିଲ। ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମାନସିକ ନିର୍ୟାତନା ଦେଉଛି ସିବିଆଇ ।  ଏହାପଛରେ ଷଡ଼ଯନ୍ତ୍ର ରହିଥିବା ତାଙ୍କ ଓକିଲ ଅଭିଯୋଗ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe