କନକ ବ୍ୟୁରୋ : ୩ଜଣକୁ ବାନ୍ଧିଲା ଦିଲ୍ଲୀ ସିବିଆଇ। ବ୍ରିଜ ଆଣ୍ଡ ରୁଫର ଗ୍ରୁପ ଜେନେରାଲ ମ୍ୟାନେଜର ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା ଓ ସୁପର କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କୁ ଗିରଫ କରିଛି ସିବିଆଇ। ଗିରଫ ତିନି ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରିଛି ଦିଲ୍ଲୀ ସିବିଆଇ ଓ ଗତକାଲି ଏକ ଦାମୀ ଗାଡିରୁ ବିଡା ବିଡା ଟଙ୍କା ଓ ସୁନା ଜବତ ଘଟଣାରେ ସାମ୍ନାକୁ ଆସିଛି ଟଙ୍କା ପଛର ଗୁମର। ବ୍ରିଜ୍ ଆଣ୍ଡ ରୁଫ୍ କୋ ଲିମିଟେଡ୍ କମ୍ପାନୀ କୋଟି କୋଟି ଟଙ୍କାର ହେରଫେର ସହ ଟେଣ୍ଡର ଫିକସିଙ୍ଗ କରିଥିବା ନେଇ ଦିଲ୍ଲୀ ସିବିଆଇ ପାଖରେ ଏକ ମାମଲା ରୁଜୁ ହୋଇଥିଲା। ଏନେଇ ସର୍ଵଭାରତୀୟ ସ୍ତରରେ କମ୍ପାନୀ ଉପରେ ରେଡ଼ କରାଯାଇଛି। ଓଡ଼ିଶାରେ ଭୁବନେଶ୍ୱର ସମେତ ୫ଟି ସ୍ଥାନରେ ଦିଲ୍ଲୀ ସିବିଆଇ ପକ୍ଷରୁ ରେଡ଼ କରାଯାଇଛି । ଭୁବନେଶ୍ୱର, କଟକ, ଛତ୍ରପୁରରେ ସିବିଆଇ ପକ୍ଷରୁ ବ୍ୟାପକ ଚଢ଼ାଉ ହେଉଛି। ଭୁବନେଶ୍ୱରର ରାମ ମନ୍ଦିର ପାଖରେ ଥିବା ଜୋନାଲ ଅଫିସ ଓ ନୟାପଲୀ, କଟକ ନଖରାରେ ଥିବା ଆଦିତ୍ୟ ଦେବ ପ୍ରାଇଭେଟ ଲିମିଟେଡ଼ର ମାଲିକ ଦେବଦତ୍ତ ମହାପାତ୍ରଙ୍କ ଘର ଉପରେ ସିବିଆଇ ପକ୍ଷରୁ ରେଡ୍ କରାଯାଇଥିଲା।
ଟେଣ୍ଡର ଫିକ୍ସିଂ ଓ ଟଙ୍କା ହେରଫେର ମାମଳାରେ ୩ଜଣଙ୍କୁ ବାନ୍ଧିଲା ସିବିଆଇ । ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, ସନ୍ତୋଷ ମହାରଣା ଓ ଦେବଦତ୍ତ ମହାପାତ୍ର ଗିରଫ
ଗିରଫ ତିନି ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରିଛି ଦିଲ୍ଲୀ ସିବିଆଇ ଓ ଗତକାଲି ଏକ ଦାମୀ ଗାଡିରୁ ବିଡା ବିଡା ଟଙ୍କା ଓ ସୁନା ଜବତ ଘଟଣାରେ ସାମ୍ନାକୁ ଆସିଛି ଟଙ୍କା ପଛର ଗୁମର। ବ୍ରିଜ୍ ଆଣ୍ଡ ରୁଫ୍ କୋ ଲିମିଟେଡ୍ କମ୍ପାନୀ କୋଟି କୋଟି ଟଙ୍କାର ହେରଫେର ସହ ଟେଣ୍ଡର ଫିକସିଙ୍ଗ କରିଥିବା ନେଇ ଦିଲ୍ଲୀ ସିବିଆଇ ପାଖରେ ଏକ ମାମଲା ରୁଜୁ ହୋଇଥିଲା। ଏନେଇ ସର୍ଵଭାରତୀୟ ସ୍ତରରେ କମ୍ପାନୀ ଉପରେ ରେଡ଼ କରାଯାଇଛି। ଓଡ଼ିଶାରେ ଭୁବନେଶ୍ୱର ସମେତ ୫ଟି ସ୍ଥାନରେ ଦିଲ୍ଲୀ ସିବିଆଇ ପକ୍ଷରୁ ରେଡ଼ କରାଯାଇଛି ।
/kanak/media/media_files/2024/12/08/QtLMmigieVQY9tfT7A5N.jpg)