କନକ ବ୍ୟୁରୋ : ଲଘୁଚାପ ଜନିତ ଲଗାଣ ବର୍ଷା ପରେ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ଆଶଙ୍କାରେ ତଳିଆ ଅଞ୍ଚଳବାସୀ । ବର୍ଷା ପରେ ଗାଲୁଡିହି ବ୍ୟାରେଜରୁ ୨ ଲକ୍ଷ ୪୨ ହଜାର କ୍ୟୁସେକ ଜଳ ଛଡ଼ାଯାଇଥିବା ବେଳେ ନଦୀର ଜଳସ୍ତର ବୃଦ୍ଧି ପାଇଛି । ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ଜଳସ୍ତର ୯.୪୫ ମିଟରରେ ପହଞ୍ଚିଛି । ନଦୀ ବର୍ତ୍ତମାନ ଶୁଷ୍କ ଅବସ୍ଥାରେ ରହିଥିବାରୁ ବନ୍ୟା ପରିସ୍ଥିତି ଉପୁଜିବ ନାହିଁ ବୋଲି ଜଳେଶ୍ଵର ଜଳସେଚନ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ଜଳସ୍ତର ବୃଦ୍ଧିକୁ ନେଇ ନଦୀକୂଳିଆ ଲୋକଙ୍କ ମନରେ ଛନକା ପଶିଛି ।