କନକ ବ୍ୟୁରୋ: ହଟାତ କମି ଗଲା ଫୁଲ କୋବି ଦର୍ । ଚିନ୍ତା ରେ ଚାଷୀ । କେମିତି କରିବେ ଋଣ ପରିଶୋଧ । ସେପଟେ ଦର ଦିନକୁ ଦିନ ଦର କମୁଥିବାରୁ ତରବରିଆ ଭାବେ ଫୁଲ କୋବିକୁ କାଟୁଛନ୍ତି ଚାଷୀ । ଆସନ୍ତୁ ଦେଖିବା ଗଞ୍ଜାମ ରୁ ଏହି ରିପୋର୍ଟ।
ଗଞ୍ଜାମ ବ୍ଲକର ଝାରେଡି, ରାଧାଗୋବିନ୍ଦପୁର, ସିପକୁଦା, ଡିଆଁଡେଇଁ ଭଳି ପ୍ରାୟ ୧୦ରୁ ଅଧିକ ଗାଁରେ ଚଳିତ ବର୍ଷ ଫୁଲକୋବି ଚାଷ କରିଥିଲେ ଚାଷୀ । ଚାଷ ବି ଭଲ ହୋଇଥିଲା । ଭଲ ରୋଜଗାରର ଆଶା ବି ଥିଲା । କିନ୍ତୁ ହଠାତ୍ ଦର କମିଯିବାରୁ ଚାଷୀ ମାନେ ଚିନ୍ତାରେ ପଡ଼ିଛନ୍ତି । ସାର, ମଞ୍ଜି, ମଜୁରୀ ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । ଗଛ ଲଗାଇବାର ୪ ମାସ ପରେ ଅମଳ ବେଳକୁ ରେଟ କମିଯିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିଛି । ପାହାଡ଼ ତଳିଆ ଗାଁ ହୋଇଥିବାରୁ ଜଳସେଚନର ସୁବିଧା ନାହିଁ । ତଥାପି ଚାଷୀ ମାନେ ଅକ୍ଳାନ୍ତ ପରିଶ୍ରମ କରି ଫସଲ କରିଛନ୍ତି । ସେହି ଅନୁସାରେ ସେମାନଙ୍କୁ ପାରିଶ୍ରମିକ ମିଳୁନଥିବାରୁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି ।
ଆଶ୍ବିନ ମାସରୁ କୋବି ବିକ୍ରି ହେଲାଣି । ପ୍ରଥମେ ପ୍ରଥମେ କଲୋ ପିଛା ୫୫ରୁ ୬୦ ଟଙ୍କାରେ ବିକ୍ରି ହେଉଥିଲା । ବର୍ତମାନ ୨୦ରୁ ୨୨ ଟଙ୍କାରେ ବିକ୍ରି ହେଉଛି । ନା ଚାଷୀ ଠିକ୍ ରେଟରେ ପାଇପାରୁଛନ୍ତି । ନା ଖାଉଟି ଠିକ୍ ଭାବେ ମୂଲ୍ୟ ପାଇପାରୁଛନ୍ତି । ଗଂଜାମ ବ୍ଲକର ଜିଆରଜିପୁର ଓ ସାନରାମଚନ୍ଦ୍ରପୁର ପଂଚାୟତର ଲୋକେ ପ୍ରଚୁର ପରିମାଣର ପରିବା ଫସଲ କରନ୍ତି । ବିଶେଷକରି ରୁତୁକାଳୀନ ଫସଲ ଭାବେ କୋବି ଚାଷ କରି ପରିବାର ପ୍ରତିପୋଷଣ କରନ୍ତି ଏହି ଅଂଚଳର ଚାଷୀ । ହେଲେ ଫସଲ ସାଇତି ରଖିବାକୁ ଶିତଳଭଣ୍ଡାର ଓ ବିକ୍ରି କରିବା ପାଇଁ ମଣ୍ଡି ବ୍ୟବସ୍ଥା ନଥିବାରୁ ଚାଷୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଦୀର୍ଘ ୪ ମାସ ଧରି ବହୁ କଷ୍ଟରେ ଫୁଲକୋବି ଚାଷ କରିବା ପରେ ବର୍ତ୍ତମାନ କମ ଦରରେ ବ୍ୟବସାୟୀଙ୍କୁ ବିକ୍ରି କରିବା ଚାଷୀଙ୍କୁ ବାଧୁଛି । ତେବେ କେମିତି ଋଣ ପରିଷୋଧ କରିବେ ଚାଷୀ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2024/12/29/zYAh2fm913ZoriAIqlx3.png)