ଜାତି ଜନଗଣନାରେ ମୁସଲିମଙ୍କୁ ମଧ୍ୟ ପଚରାଯିବ ଜାତି; ୩ ମାସ ଭିତରେ କାମ ଆରମ୍ଭ କରିବେ ସରକାର!

Advertisment

ଭାରତରେ ଜାତିଗତ ଜନଗଣନା ହେବା ନେଇ ଘୋଷଣା କରିସାରିଛନ୍ତି କେନ୍ଦ୍ର ସରକାର । ମୋଦୀ ସରକାରଙ୍କ ଏହି ଘୋଷଣା ପରେ, ଏବେ ସବୁଠି ଚର୍ଚ୍ଚା କେମିତି ହେବ ଏହି ଜାତି ଜନଗଣନା? ଜାତି ସହିତ ଲୋକଙ୍କ ଧର୍ମ ବିଷୟରେ ମଧ୍ୟ ପଚରାଯିବ କି?

Updated On

ଭାରତରେ ଜାତିଗତ ଜନଗଣନା ହେବା ନେଇ ଘୋଷଣା କରିସାରିଛନ୍ତି କେନ୍ଦ୍ର ସରକାର । ମୋଦୀ ସରକାରଙ୍କ ଏହି ଘୋଷଣା ପରେ, ଏବେ ସବୁଠି ଚର୍ଚ୍ଚା କେମିତି ହେବ ଏହି ଜାତି ଜନଗଣନା? ଜାତି ସହିତ ଲୋକଙ୍କ ଧର୍ମ ବିଷୟରେ ମଧ୍ୟ ପଚରାଯିବ କି?

ଅଦ୍ୟତନ ହୋଇଛି
ମୁସଲିମଙ୍କୁ ମଧ୍ୟ ପଚରାଯିବ ଜାତି! 1

ମୁସଲିମଙ୍କୁ ମଧ୍ୟ ପଚରାଯିବ ଜାତି! 1 Photograph: (KanakNews )

କନକ ବ୍ୟୁରୋ: ଭାରତରେ ଜାତିଗତ ଜନଗଣନା ହେବା ନେଇ ଘୋଷଣା କରିସାରିଛନ୍ତି କେନ୍ଦ୍ର ସରକାର । ମୋଦୀ ସରକାରଙ୍କ ଏହି ଘୋଷଣା ପରେ, ଏବେ ସବୁଠି ଚର୍ଚ୍ଚା କେମିତି ହେବ ଏହି ଜାତି ଜନଗଣନା? ଜାତି ସହିତ ଲୋକଙ୍କ ଧର୍ମ ବିଷୟରେ ମଧ୍ୟ ପଚରାଯିବ କି?

ମିଳିଥିବା ସୂଚନା ମୁତାବକ, ମୁସଲିମ୍ ସମ୍ପ୍ରଦାୟରେ ଅନେକ ଜାତି ରହିଛି । ଆଉ ଏଥର ଜନଗଣନା ସମୟରେ ଏହି ଜାତିକୁ ନେଇ ମଧ୍ୟ ସେମାନଙ୍କୁ ପ୍ରଶ୍ନ କରାଯିବ । ଏହାସହ ଜାତି ଜନଗଣନା ସମୟରେ ମୁସଲିମ୍ ସଂରକ୍ଷଣକୁ ନେଇ କୌଣସି ବି ପ୍ରସ୍ତାବକୁ ସରକାର ଗ୍ରହଣ କରିବେନି । ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏନେଇ ପୂର୍ବରୁ ମଧ୍ୟ କହିସାରିଛନ୍ତି । ତାଙ୍କ କହିବା ମୁତାବକ, ସମ୍ବିଧାନରେ ଧର୍ମ ଆଧାରରେ କୌଣସି ସଂରକ୍ଷଣ ନେଇ କିଛି ବି ବ୍ୟବସ୍ଥା ନାହିଁ, ଯେତେ ପର୍ଯ୍ୟନ୍ତ ବିଜେପିର ଜଣେ ବି ସାଂସଦ ସଂସଦରେ ଅଛନ୍ତି, ସେ ପର୍ଯ୍ୟନ୍ତ ଧର୍ମ ଆଧାରରେ କୌଣସି ବି ସଂରକ୍ଷଣ ହେବ ନାହିଁ ।

ଅନ୍ୟପଟେ ଜନଗଣନା ନେଇ ଆଗାମୀ ଦୁଇରୁ ତିନି ମାସ ଭିତରେ କାମ ଆରମ୍ଭ ହେଇଯିବ । ଏଥିପାଇଁ ଅଫିସରମାନଙ୍କର ଡେପୁଟେସନ୍ ପ୍ରକ୍ରିୟା ମଧ୍ୟ ସରକାର ଖୁବଶୀଘ୍ର ଆରମ୍ଭ କରିବେ । ତେବେ ଏଥର ଡିଜିଟାଲ ମାଧ୍ୟମରେ ଜନଗଣନା ହେବ । ଯେଉଁଥିରେ ଆଧାର ସହିତ ବାୟୋମେଟ୍ରିକ ଏବଂ ଏଆଇର ବ୍ୟବହାର ମଧ୍ୟ ହେବ ।

ସେପଟେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୨୯ ଲୋକସଭା ନିର୍ବାଚନରେ ମହିଳା ସଂରକ୍ଷଣ ହେଇପାରେ । ଲୋକସଭା ନିର୍ବାଚନରେ ମହିଳାଙ୍କ ସଂରକ୍ଷଣକୁ ବାଧ୍ୟତାମୂଳକ କରାଯାଇପାରେ । ସରକାର ଏ ନେଇ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାସହ ଜାତିଗତ ଜନଗଣନା ନେଇ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ମୋଦୀ ସରକାର ଏନେଇ ପ୍ରତିଟି ରାଜନୈତିକ ଦଳ ସହ କଥା ହେଇପାରେ । ଖାସ୍ ଜାତି ଜନଗଣନାକୁ ବିରୋଧ କରୁଥିବା ରାଜନୈତିକ ଦଳ ସହିତ ଆଲୋଚନା କରିପାରେ ମୋଦୀ ସରକାର ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe