ସାଙ୍ଘାତିକ ତଥ୍ୟ...ଏହି ଦିନ ଶୁଖିଯିବ ସମୁଦ୍ର ?

ଜଳବାୟୁରେ ଅହେତୁକ ପରିବର୍ତ୍ତନ ହେଉଥିବା କାରଣରୁ ଚିନ୍ତାରେ ପୂରା ବିଶ୍ବ । କାରଣ ପୃଥିବୀର ବୃହତ୍ତମ ଆଭ୍ୟନ୍ତରୀଣ ଜଳରାଶି କାସପିୟନ୍ ସାଗର ଏକ ଭୟଙ୍କର ପରିବେଶୀୟ ସଙ୍କଟର ସମ୍ମୁଖୀନ ହେଉଛି । ବିଶ୍ୱତାପନ ବା ଗ୍ଲୋବାଲ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ଏହାର ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି

Caspian Sea

Caspian Sea Photograph: (Kanak News)

କନକ ବ୍ୟୁରୋ: ଜଳବାୟୁରେ ଏବେ ସାଙ୍ଘାତିକ ପରିବର୍ତ୍ତନ ଦେଖାଯାଉଛି । ସେଇଥି ଲାଗି ତ କେତେବେଳେ କେଉଁଠାରେ ମରୁଡ଼ି ହେଉଛି ତ ଆଉ କେତେବେଳେ ପ୍ରବଳ ବର୍ଷା ହେଉଛି । ପାଗରେ ହଠାତ୍‌ ପରିବର୍ତ୍ତନ ହେତୁ ଜନସାଧାରଣଙ୍କ ଉପରେ ତାହାର ପ୍ରଭାବ ବି ପଡ଼ୁଛି । ହେଲେ ଏବେ ଚର୍ଚ୍ଚା ହେଉଛି କି ଜଳବାୟୁରେ ପରିବର୍ତ୍ତନ ହେବା କାରଣରୁ କାସପିୟନ୍‌ ସାଗର ଶୁଖିଯିବ । ଯାହାଦ୍ବାର ଋଷିଆ, ଆଜେର ବାଇଜାନ ଉପରେ ସାଙ୍ଘାତିକ ପ୍ରଭାବ ପଡ଼ିବ । 

ଜଳବାୟୁରେ ସାଙ୍ଘାତିକ ପରିବର୍ତ୍ତନ
ଗାଏବ ହୋଇଯିବ ସମୁଦ୍ର
ପାଣି ପାଇଁ ସାଙ୍ଘାତିକ ହଇରାଣ ହେବେ ଜନତା
କାସପିୟନ୍‌ ସାଗରରେ ହ୍ରାସ ପାଉଛି ଜଳସ୍ତର
ବର୍ଷ ୨୧ ଶହ ସୁଦ୍ଧା ୬୦ ଫୁଟ୍‌ କମିପାରେ ସମୁଦ୍ର ଜଳ

ଜଳବାୟୁରେ ଅହେତୁକ ପରିବର୍ତ୍ତନ ହେଉଥିବା କାରଣରୁ ଚିନ୍ତାରେ ପୂରା ବିଶ୍ବ । କାରଣ ପୃଥିବୀର ବୃହତ୍ତମ ଆଭ୍ୟନ୍ତରୀଣ ଜଳରାଶି କାସପିୟନ୍ ସାଗର ଏକ ଭୟଙ୍କର ପରିବେଶୀୟ ସଙ୍କଟର ସମ୍ମୁଖୀନ ହେଉଛି । ବିଶ୍ୱତାପନ ବା ଗ୍ଲୋବାଲ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ଏହାର ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି । ଯାହା ଫଳରେ ଏହାର ତଟବର୍ତ୍ତୀ ଦେଶମାନଙ୍କ  ବିଶେଷ କରି ଋଷ ଏବଂ ଆଜେରବାଇଜାନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ବର୍ଷ ୨୧ ଶହ ସୁଦ୍ଧା କାସପିୟନ୍ ସାଗରର ଜଳସ୍ତର ୯ ରୁ ୧୮ ମିଟର ଅର୍ଥାତ୍‌ ୩୦ ରୁ ୬୦ ଫୁଟ୍ ପର୍ଯ୍ୟନ୍ତ ହ୍ରାସ ପାଇପାରେ । ଯାହାଫଳରେ ଏହାର ଏକ ଚତୁର୍ଥାଂଶ ଅଞ୍ଚଳ ଶୁଖିଯିବାର ଆଶଙ୍କା ରହିଛି ।

ହଠାତ୍‌ ଏମିତି କାହିଁକି ହେଲା 

ସୂଚନା ଅନୁସାରେ, କାସପିୟନ୍ ସାଗରର ଜଳସ୍ତର ହ୍ରାସ ପାଇବାର ଦୁଇଟି ପ୍ରମୁଖ କାରଣ ରହିଛି । ପ୍ରଥମତଃ ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି । ଯାହାଦ୍ବାରା ପାଣି ବାଷ୍ପ ହୋଇଯାଉଛି । ତେଣୁ ସମୁଦ୍ରରେ ପାଣି କମୁଛି । ଦ୍ୱିତୀୟ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ନଦୀ ଜଳପ୍ରବାହରେ ହ୍ରାସ । କାସପିୟନ୍ ସାଗରକୁ ପ୍ରାୟ ୧୩୦ଟି ନଦୀରୁ ଜଳ ମିଳିଥାଏ । କିନ୍ତୁ ଏହାର ୮୦% ରୁ ଅଧିକ ଜଳ ୟୁରୋପର ଦୀର୍ଘତମ ନଦୀ ଭୋଲଗା ନଦୀରୁ ଆସିଥାଏ । ଋଷ ନିକଟ ଦଶନ୍ଧିରେ ଭୋଲଗା ନଦୀ ଉପରେ ଅନେକ ବଡ଼ ବଡ଼ ଡ୍ୟାମ୍ ଏବଂ ଜଳଭଣ୍ଡାର ନିର୍ମାଣ କରିଛି । ଯାହା କୃଷି, ଶିଳ୍ପ ଏବଂ ଶକ୍ତି ଆବଶ୍ୟକତା ପାଇଁ ଜଳର ବ୍ୟବହାରକୁ ବଢ଼ାଇ ଦେଇଛି । ତେଣୁ କାସପିୟନ୍ ସାଗରକୁ ପ୍ରବାହିତ ହେଉଥିବା ଜଳର ପରିମାଣ ଯଥେଷ୍ଟ କମିଯାଇଛି ।

କାସପିୟନ୍ ସାଗରର ସଙ୍କୁଚନ କେବଳ ଏକ ପରିବେଶୀୟ ସମସ୍ୟା ନୁହେଁ ବରଂ ଏହା ଏକ ଅର୍ଥନୈତିକ ଏବଂ ସାମାଜିକ ସଙ୍କଟ ମଧ୍ୟ । ଏହାର ପ୍ରଭାବ ତଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ପ୍ରାୟ ୧୫ ନିୟୁତ ଲୋକଙ୍କ ଜୀବିକା ଉପରେ ପଡୁଛି । ଏହି ସଙ୍କଟର ମୁକାବିଲା ପାଇଁ ଋଷ, ଆଜେର ବାଇଜାନ ଏବଂ ଅନ୍ୟ ତଟବର୍ତ୍ତୀ ଦେଶମାନଙ୍କ ମଧ୍ୟରେ ତୁରନ୍ତ ସମନ୍ୱିତ ପଦକ୍ଷେପ ଏବଂ ଦୀର୍ଘକାଳୀନ ଯୋଜନା ଜରୁରୀ । ଜଳ ସମ୍ପଦର ସଠିକ୍ ପରିଚାଳନା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ଦିଗରେ ମିଳିତ ପ୍ରୟାସ ହିଁ ଏହାକୁ ସୁରକ୍ଷା ଦେଇପାରିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe