କନକ ବ୍ୟୁରୋ; ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ବୃହତ ଶିଳ୍ପର ଅଭାବ ଥିବା ବେଳେ କ୍ଷୁଦ୍ର ଶିଳ୍ପ ଭାବେ ଧାନ ଓ କାଜୁ ଫ୍ୟାକ୍ଟ୍ରି ରହିଛି । ଜିଲ୍ଲାରେ ୨୦୨୦ ମସିହା ବେଳକୁ ୩୪ଟି କାଜୁ ଫ୍ୟାକ୍ଟ୍ରି ରହିଥିଲା । କିନ୍ତୁ ବର୍ତ୍ତମାନ ୧୩ଟି କାଜୁ ଫ୍ୟାକ୍ଟ୍ରି ବନ୍ଦ ହୋଇଗଲାଣି ଏବଂ ଜିଲ୍ଲାରେ କେବଳ ୨୧ଟି କାଜୁ ଫ୍ୟାକ୍ଟ୍ରି କାର୍ଯ୍ୟକ୍ଷମ ରହିଛି । ଜିଲ୍ଲାରେ ଯେତେ ପରିମାଣରେ କାଜୁ ଗଛ ରହିଛି ସେଥି ମଧ୍ୟରୁ ଅନେକ ଗଛ ୩୦ ରୁ ୪୦ ବର୍ଷ ପୁରୁଣା ହୋଇଥିବା ବେଳେ ସେଥିରୁ କାଜୁ ଉତ୍ପାଦନ ହେଉନାହିଁ । ଫଳରେ ଉନ୍ନତ ମାନର କାଜୁ ପାଇଁ ବିଦେଶର ବିଭିନ୍ନ ଦେଶ ଉପରେ ନିର୍ଭର ହେବାକୁ ପଡୁଛି । ବିଦେଶରୁ ଜଳ ଜାହାଜରେ ବିଶାଖାପାଟଣା ବନ୍ଦରକୁ ଆସିଥାଏ କଞ୍ଚାମାଲ ।
ପୁଣି ସେଇଠୁ ଟ୍ରକ୍ କିମ୍ବା ବଡ଼ ଗାଡ଼ିରେ ନବରଙ୍ଗପୁର ସ୍ଥିତ କାଜୁ ଫ୍ୟାକ୍ଟ୍ରିକୁ ଆସିଥାଏ । ତେବେ ଏହି ପ୍ରକ୍ରିୟା ଦେଇ ଫ୍ୟାକ୍ଟ୍ରିକୁ କାଜୁ ଆସିବା ସମୟରେ ମାଲ ପରିବହନ ଖର୍ଚ୍ଚ ଅଧିକ ହେଉଛି । ଫଳରେ ଆୟ ଠାରୁ ବ୍ୟୟ ବହୁତ ହେଉଥିବାରୁ କାଜୁ ଫ୍ୟାକ୍ଟ୍ରି ମାଲିକଙ୍କୁ କ୍ଷତି ସହିବାକୁ ପଡ଼ୁଛି । ଫଳରେ କ୍ଷତି ସହି ନପାରି କାଜୁ ଫ୍ୟାକ୍ଟ୍ରି ବନ୍ଦ କରୁଛନ୍ତି ମାଲିକ । ଜିଲ୍ଲାରେ କାଜୁ ଫ୍ୟାକ୍ଟ୍ରିକୁ ବଞ୍ଚାଇବା ପାଇଁ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
ଅଧିକ ପଢନ୍ତୁ ; କାଜୁ ତୋଳାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ; ୨୦ ଜଣ ଆହତ
ପୁରୁଣା କାଜୁ ଗଛକୁ ଚିହ୍ନଟ କରି ବ୍ୟାପକ ପରିମାଣର ନୂତନ କାଜୁ ଚାରା ଲଗାଇବା ପାଇଁ ଦାବି କରିଛନ୍ତି କାଜୁ ମାଲିକ । ଅପରପକ୍ଷେ ଜିଲ୍ଲାରେ ୧୯୭୮ ମସିହାରୁ ଜିଲ୍ଲାରେ ୪୪ ହଜାର ହେକ୍ଟର କାଜୁ ଚାରା ରୋପଣ ହୋଇଥିଲା । ସେଥିମଧ୍ୟରୁ ୧୮୫୦ ହେକ୍ଟର କାଜୁ ବଗିଚାର ବୟସ ୩୫ ବର୍ଷରୁ ଉର୍ଦ୍ଧ୍ବ ରହିଛି । ୩୦ ବର୍ଷ ପରେ ଗଛରୁ ଉତ୍ପାଦନ କ୍ଷମତା କମିଥାଏ । ତେଣୁ ଜିଲ୍ଲାରେ କାଜୁ ଉତ୍ପାଦନ କମିଛି । କାଜୁ ଫ୍ୟାକ୍ଟ୍ରି ବନ୍ଦ ଯୋଗୁ ଶହ ଶହ ଶ୍ରମିକ ଜୀବିକା ହରାଉଛନ୍ତି । ତେଣୁ କାଜୁ ଫ୍ୟାକ୍ଟ୍ରିକୁ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେଲେ ଅନେକ ଲୋକଙ୍କ ଜୀବିକା ବଞ୍ଚିପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/30/kaju-farming-2025-11-30-21-36-34.png)