କନକ ବ୍ୟୁରୋ:  ଏଟିଏମ୍ ରୁ କେମିତି ହୁଏ କ୍ୟାସ ଟ୍ରାପ ? କେମିତି ଏଟିଏମରୁ ଲୁଟ୍ କରନ୍ତି ଦୁର୍ବୃର୍ତ୍ତ । ଏହି ଦୁର୍ବୃର୍ତ୍ତମାନେ ରାଜ୍ୟ ବାହାରର ଏକ ଏଟିଏମ୍ ରୁ ଲୁଟ କରୁଥିବାର ଚିତ୍ର ସାମ୍ନାକୁ ଆସିଛି । କାରଣ ସମାନ ଢଙ୍ଗରେ ଏବେ ଗତ କିଛିଦିନ ହେବ ପୁରୀରୁ ଭୁବନେଶ୍ୱର ଯାଏଁ ଗୋଟିଏ ପରେ ଗୋଟିଏ ଏଟିଏମରୁ ଲୁଟି ଚାଲିଛନ୍ତି ଦୁର୍ବୃର୍ତ୍ତ । ରାଜଧାନୀରେ ପ୍ରାୟ ଏଭଳି ୫ଟି ଘଟଣା ଘଟିଥିବା ବେଳେ, ୩ଟି ମାମଲା ରୁଜୁ କରିଛି କମିଶନରେଟ ପୁଲିସ ଓ ଏହାରି ଭିତରେ କନକ ନ୍ୟୁଜ ହାତରେ ଲାଗିଛି ଏକ ଏକ୍ସକ୍ଲୁସିଭ୍ ଦୃଶ୍ୟ । ଏଟିଏମ୍ ଲୁଟ୍ ପୂର୍ବରୁ କେମିତି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରେ ଦୁର୍ବୃର୍ତ୍ତ ତାହା ଏବେ ସାମ୍ନାକୁ ଆସିଛି । ଲୁଟେରାମାନେ ପୂର୍ବରୁ ଏକ ଏଟିଏମରେ କ୍ୟାସ ଟ୍ରାପ କରୁଥିବାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି  ଓ କେମିତି ଲୁଟ୍ କରିଥାଆନ୍ତି ତାହା ସ୍ପଷ୍ଟ ହୋଇଛି । ଦୁର୍ବୃର୍ତ୍ତମାନେ କ୍ୟାସ ଟ୍ରାପ୍ ଲଗାଇ ଟଙ୍କା ଲୁଟି ନେଉଥିବା ଦେଖିବାକୁ ମିଳିଛି ଓ ରାଜଧାନୀରେ ଏଟିଏମ୍ ଲୁଟରେ ସମ୍ପୃକ୍ତ ଥିବା ଦୁଇ ଦୁର୍ବୃର୍ତ୍ତଙ୍କୁ ଖୋଜୁଛି ପୁଲିସ  ।