କନକ ବ୍ୟୁରୋ: ହରିୟାଣାର ଆଇପିଏସ୍‌ ଅଫିସର ପୂରନ କୁମାରଙ୍କ ଆତ୍ମହତ୍ୟା ମାମଲା । ପତ୍ନୀଙ୍କ ଅଭିଯୋଗ ଆଧାରରେ ଦୁଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ । ମୃତ ଆଇପିଏସ୍‌ ଅଧିକାରୀ ୱାଇ. ପୁରନ କୁମାରଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ବର୍ଷବର୍ଷ ଧରି ମାନସିକ ନିର୍ଯାତନା ଓ କାର୍ଯ୍ୟସ୍ଥଳୀରେ ଅସଦାଚରଣ ହେତୁ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି । ଏହି ଅଭିଯୋଗ ଅନୁସାରେ ହରିୟାଣାର ଡିଜିପି ଶତ୍ରୁଜିତ୍‌ ସିଂ ଓ ରୋହତକ୍‌ ଏସ୍‌ପି ନରେନ୍ଦ୍ର ବିଜର୍ନିୟାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ । ଅଭିଯୁକ୍ତ ଅଧିକାରୀଙ୍କୁ ପୁଲିସ ଜେରା କରୁଛି । ସୂଚନା ଅନୁସାରେ, ୱାଇ. ପୁରନ କୁମାର ଗତ ମଙ୍ଗଳବାର ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ । ତାଙ୍କ ପତ୍ନୀ ଆଇଏଏସ୍‌ ଅଧିକାରୀ ଅନ୍‌ମୀତ୍‌ ପି କୁମାର କହିଛନ୍ତି ଯେ, ଡିଜିପି ଶତ୍ରୁଜିତ୍‌ ସିଂ ଓ ଏସ୍‌ପି ନରେନ୍ଦ୍ର ବିଜର୍ନିୟାଙ୍କ ତାଙ୍କ ସ୍ୱାମୀଙ୍କୁ ନିୟମିତ ଭାବେ ମାନସିକ ଚାପ ଦେଉଥିଲେ । ଏହା ସହ ଅପମାନଜନକ ଶବ୍ଦ ମଧ୍ୟ ବ୍ୟବହାର କରୁଥିଲେ । ଏହି ଅଭିଯୋଗ ଆଧାରରେ ଚଣ୍ଡିଗଡ଼ର ସେକ୍ଟର ୧୧ ଥାନାରେ ମାମଲା ରୁଜୁ ହୋଇଛି । ଆତ୍ମହତ୍ୟା ପାଇଁ ଉସୁକାଇବା ଏବଂ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି । 

Advertisment

ଆଇପିଏସ୍‌ ଆତ୍ମହତ୍ୟା ମାମଲା
ହରିୟାଣା ଏଡିଜିପି ପୂରନ କୁମାର ଆତ୍ମହତ୍ୟା ମାମଲା
ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୋଧରେ ପତ୍ନୀଙ୍କ ଅଭିଯୋଗ
ଅତ୍ୟଧିକ ମାନସିକ ଚାପ ପାଇଁ ଆତ୍ମହତ୍ୟା!
କାର୍ଯ୍ୟସ୍ଥଳୀରେ ଅସଦାଚରଣ କରୁଥିଲେ ବରିଷ୍ଠ ପୁଲିସ ଅଧିକାରୀ!
ଡିଜିପି-ଏସ୍‌ପିଙ୍କ ବିରୋଧରେ ମାମଲା ରୁଜୁ
ଦୁଇ ଅଫିସରଙ୍କୁ ପଚରାଉଚରା ଜାରି