କନକ ବ୍ୟୁରୋ: କାଉ ମିଳିନ ଦେଖିବା ଦୁଇ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଲା । ଆଦିବାସୀ ସମ୍ପ୍ରଦାୟର ପରମ୍ପରା ଓ କଟକଣାର ଶିକାର ହେଲେ । ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତରୁ ଆସିଛି ଏଭଳି ଏକ ଅନ୍ଧବିଶ୍ବାସର ଖବର । ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇଥିବା ପ୍ରଥମେ ଗାଁରେ ଘୋଷଣା କରାଯାଇଥିଲା ।
ଖାଲି ଏତିକି ନୁହେଁ ,ମଣିଷ ମୃତ୍ୟୁ ପରେ ଯେମିତି ମୃତ ଦେହକୁ ମଶାଣିକୁ ନିଆଯାଏ, ଠିକ୍ ସେହିପରି ମୃତଦେହ ବଦଳରେ କୋକେଇରେ ପ୍ରତୀକାତ୍ମକ କୁଶପୁତ୍ତଳିକା ନିଆଯାଇଥିଲା । ଆଉ ସେଠାରେ ଅନ୍ତିମ ସଂସ୍କାର ବି କରାଯାଇଥିଲା । ଶୁଦ୍ଧିକ୍ରିୟା ପରେ ପରିବାର ଓ ସମ୍ପର୍କୀୟ ପିତା ଖାଇଥିଲେ। ପରେ ବାହାରେ ରଖାଯାଇଥିବା ଦୁଇ ଯୁବକଙ୍କୁ ଗାଁକୁ ଅଣାଯାଇଥିଲା । ଆଦିବାସୀ ସମାଜର ବିଶ୍ବାସ ଯେ, କାଉଙ୍କ ମିଳନ ଦେଖିବା ଅତ୍ୟନ୍ତ ଅଶୁଭ । ଦେଖିଥିବା ଲୋକର ମୃତ୍ୟୁ ହୋଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/31/21-2025-07-31-09-50-30.jpg)