Delhi Photograph: (kanak news)
କନକ ବ୍ୟୁରୋ : ଉତ୍ତର-ପୂର୍ବ ରାଜ୍ୟର ୩ ଜଣ ମହିଳାଙ୍କ ପ୍ରତି ଜାତିଗତ ଆକ୍ଷେପ ଏବଂ ଏକ ଦମ୍ପତି ଦ୍ବାରା ଧମକ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ବୁଧବାର ରେଖା ଗୁପ୍ତା ସମ୍ପୃକ୍ତ ମହିଳାମାନଙ୍କୁ ଭେଟିଥିଲେ । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଭିଡିଓ ଜାରି କରି ରେଖା ଗୁପ୍ତା କହିଥିଲେ, ଦିଲ୍ଲୀ ସମସ୍ତଙ୍କର । ସମସ୍ତ ନାଗରିକଙ୍କ ମର୍ଯ୍ୟାଦା, ସମ୍ମାନ ଓ ସୁରକ୍ଷା ସର୍ବାଗ୍ରେ ରହିଛି। ଦୋଷୀଙ୍କ ବିରୋଧରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଥିଲେ । କୌଣସି ମହିଳାଙ୍କ ସହିତ ଭେଦଭାବ କରିବା, କିମ୍ବା ଅପମାନିତ କରାଯିବାକୁ ଗ୍ରହଣ କରାଯିବନି ବୋଲି ରେଖା ଗୁପ୍ତା କହିଛନ୍ତି ।
ଦିଲ୍ଲୀର ମାଲବ୍ୟ ନଗରରେ ଏକ ଦମ୍ପତି ଉତ୍ତରପୂର୍ବ ରାଜ୍ୟର ମହିଳାଙ୍କୁ ‘ଧନ୍ଦେ ବାଲି’ କହିବା ସହିତ ଧମକ ଦେବାର ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ଚର୍ଚ୍ଚାକୁ ଆସିଥିଲା । ପୁଲିସ ବୁଧବାର ଅଭିଯୁକ୍ତ ରୁବି ଜୈନ (୩୫) ଓ ତାଙ୍କ ସ୍ବାମୀ ହର୍ଷ ସିଂହଙ୍କୁ ଗିରଫ କରିଛି । ପୁଲିସ ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ଦମ୍ପତିଙ୍କ ନାଁରେ ମାମଲା ରୁଜୁ କରିଛି । ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଓ ଉତ୍ତର ପୂର୍ବ ରାଜ୍ୟ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉତ୍ତର-ପୂର୍ବ ରାଜ୍ୟ ମହିଳାଙ୍କ ପ୍ରତି ଏପରି ବ୍ୟବହାର ପ୍ରଦର୍ଶନ ଘଟଣାକୁ ନିନ୍ଦା କରିଥିଲେ ।
ଅଧିକ ପଢ଼ନ୍ତୁ---ବିବାଦ ପରେ ବିଏସ୍ଏନ୍ଏଲ୍ ନିର୍ଦ୍ଦେଶକଙ୍କ ପ୍ରସ୍ତାବିତ ପ୍ରୟାଗରାଜ ଯାତ୍ରା ରଦ୍ଦ: ସରକାରଙ୍କ କାରଣ ଦର୍ଶାଅ ନୋଟିସ
Follow Us